Posts

Showing posts from February, 2020

ଗଞ୍ଜେଇ ମାଫିଆ ପରେ ଏବେ ପୋଲିସ୍ ପଞ୍ଝାରେ ମଦ ମାଫିଆ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ରେ ଗଞ୍ଜେଇ ମାଫିଆ ଙ୍କୁ ଦମନ କରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ୍, କିନ୍ତୁ ଗଞ୍ଜେଇ କାରବାର ଛାଡ଼ି ବୁଦ୍ଧିଆ ମଣିଷ ପୋଲିସ୍ କୁ ଚକ୍ମା ଦେଖାଇ ମଦ ଚୋରାଚାଲାଣ କରିବାକୁ ପଛାଉ ନାହାଁନ୍ତି l ଏହି ଅବସରରେ ବନ୍ଧୁଗାଁ ପୁଲିସ କୋରାପୁଟ କୁ ମିଳିଲା ବଡ ଧରଣର ସଫଳତା l ଏକ ମହେନ୍ଦ୍ରl ପିକଅପ୍ ଜବଦ ସହିତ ତିନିଜଣ ଙ୍କୁ ଗିରଫ କରିଛି ପୋଲିସ୍ l ସେମାନଙ୍କ ପାଖରୁ ୩୧୨ ବୋତଲ ବିୟର ଓ ୨୮୮ ବୋତଲ ହୁଇସ୍କି ମଧ୍ୟ ଜବଦ କରିଛି ପୋଲିସ୍ ବନ୍ଧୁ ଗାଁ ପୋଲିସ୍ l 

ଅଷ୍ଟମ ଥର ପାଇଁ ମଙ୍ଗ ଧରିଛନ୍ତି ନବୀନ,ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ - ଓଡ଼ିଶାର ଅଗ୍ରଣୀ ରାଜନୈତିକ ଦଳ ବିଜେଡି ପକ୍ଷରୁ ବିଜୁ ଜନତା ଦଳ ପାଇଁ ସଭାପତି ପଦ ରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l ଚାରି କୋଟି ଓଡିଆଙ୍କ ଆଶୀର୍ବାଦ ରେ ସେ ପୁଣି ଥରେ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଓଡିଶା ର ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ଦଳକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l ଏହି ଅବସରରେ ସେ ଦଳୀୟ କାର୍ଯ୍ୟାଳୟ ରେ ସର୍ବସାଧାରଣ ରେ ସପଥ ଗ୍ରହଣ କରିଥିଲେ l ଏହି କର୍ଯ୍ୟକ୍ରମ  ରେ ପ୍ରିଜାଇଡିଂ ଅଫିସର ଭାବେ ଶ୍ରୀଯୁକ୍ତ ପ୍ରତାପ ଦେବ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ସୁକିନ୍ଦା, ଖରଡ଼ି, ଯାଜପୁର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର - ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ଗ୍ରାମ ପଞ୍ଚାୟତ ରେ ମହାସମାରୋହରେ ପାଳିତ ହେଉଛି ବାବା ଶ୍ରୀ ଶ୍ରୀ ସିଦ୍ଧେଶ୍ବର ବାବାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ l ଏହି ଅବସରରେ ଚଳିତ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଇଂରାଜୀ ଫେବୃଆରୀ ମାସ ୧୨ ତାରିଖରେ ଅଙ୍କୁରାରୋପଣ ଓ ୧୪ ତାରିଖ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପର୍ଯ୍ୟାୟକ୍ରମେ ପୂଜା ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି, ବାବାଙ୍କ ମହାତ୍ମା ରେ ଆଖ ପାଖ ଅଞ୍ଚଳରୁ ଶହ ଶହ ସଂଖ୍ଯାରେ ଭକ୍ତ ଏହି ପୂଣ୍ୟ କାର୍ଯ୍ୟ ରେ ଯୋଗଦାନ କରିବା ସହିତ ଯଥା ସାମର୍ଥ୍ୟ ବାବା ସିଦ୍ଧେଶ୍ବର ମନ୍ଦିର ପାଇଁ ସାହାଯ୍ୟ ସହୋଯାଗ କରୁଛନ୍ତି l ଖରଡ଼ି ଗ୍ରାମର ବାବା ସିଦ୍ଧେଶ୍ଵର ମନ୍ଦିର କମିଟିର ସମସ୍ତ ସଦସ୍ୟ ବୃନ୍ଦ ଏହି କର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରୁଛନ୍ତି l ପ୍ରତ୍ୟେକ ଦିନ ଶହ ଶହ ସଂଖ୍ଯାରେ ଭକ୍ତ ଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଉଛି l ଏହି କର୍ଯ୍ୟକ୍ରମ ଚଳିତ ମାସ ୧୮ ତାରିଖରେ ସମାପନ ହେବ ବୋଲି ମନ୍ଦିର ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜନସାଧାରଣ ଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ , ପ୍ରବଚନ, ଭଜନ ପରିବେଷଣ କରାଯାଉଛି l ଏହିଭଳି ଧ

ଶିଳ୍ପାଞ୍ଚଳ ରେ ନକଲି ନୋଟ ର କାରଖାନା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା ଚୋରୀ, ଲୁଟ୍ ଓ ନକଲି ନୋଟ କାରବାର l ଏହା ଏସିଆ ମହାଦେଶର ସର୍ବବୃହତ ଶିଳ୍ପ ପ୍ରତିଷ୍ଠା କେନ୍ଦ୍ର ତେଣୁ ଏହାକୁ ଦୃଷ୍ଟିରେ ରଖି ଏହାର ନାମ ଥିଲା ଶିଳ୍ପ ରାଜଧାନୀ କଳିଙ୍ଗନଗର l ବିଭିନ୍ନ ସମୟରେ ଏଠାକୁ ବହୁ ସଂଖ୍ୟାରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନେ ବିଭିନ୍ନ ସ୍ଥାନରେ ଭଡ଼ା ସୂତ୍ରରେ ଘର ନେଇ ରହୁଛନ୍ତି l ସେମାନେ ସେ ଅଞ୍ଚଳ ରେ କି କାଯ୍ୟ କରୁଛନ୍ତି ତାହା କାହାକୁ ବି ଜଣା ନ ଥାଏ ଏମିତି କି ଘରର ମାଲିକ ବି ଅଜ୍ଞ l କିଛିଦିନ ହେବ ଯାଜପୁର ରୋଡ଼ ପୋଲିସ୍ ପାଖରେ ଖବର୍ ଥିଲା ଯେ ଶିଳ୍ପାଞ୍ଚଳ ରେ ଜାଲ୍ ନୋଟର କାରବାର ହେଉଛି l ଏହା ପାଇଁ ବହୁତ ଆଗରୁ ପୋଲିସ୍ ତାର ଜାଲ ବିଛେଇ ଥିଲା l ଆଜି ଅପରାହ୍ନ ରେ ଯାଜପୁର ରୋଡ଼ ପୋଲିସ୍ କୌଣସ ସୂତ୍ରରୁ ଖବର ପାଇ ଦାନଗଦି ହାଟ ପଡ଼ିଆ ରେ ଥିବା ଏକ ଘର ଉପରେ ଚଢ଼ାଉ କରି ଜାଲ ନୋଟ୍ କାରବାରରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ସେମାନଙ୍କ ପାଖରୁ ୪.୭୭ ଲକ୍ଷ ଟଙ୍କା ସହିତ ୩ ଗୋଟି ମୋବାଇଲ୍ ଫୋନ୍ ଦୁଇଟି ମଟର ସାଇକେଲ ଜବଦ କରିଛି, l ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ରିମାଇଣ୍ଡର ନେଇ ପଚରା ଉଚରା କରୁଛି, ସେମାନଙ୍କ ମଧ୍ୟରୁ ୪ ଜଣ ଯାଜପୁର ରୋଡ଼/ଦାନଗଦି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଢେଙ୍କାନାଳ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚ

କଳିଙ୍ଗନଗର ରେ ଇମାମି ସିମେଣ୍ଟ କାରଖାନା ଜମିହରା ଙ୍କୁ ଭୁଆଁ ବୁଲାଉଛି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଶିଳ୍ପପତିମାନେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ କାର୍ଯ୍ୟ ରେ ଶୂନ l ଶିଳ୍ପପତିମାନେ ସ୍ଥାନୀୟ ନେତା ଓ ପ୍ରଶାସନ କୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ହେଲେ ସେମାନଙ୍କ ସ୍ୱାର୍ଥ ହାସଲ ପରେ ଭୁଲିଯାଉଛନ୍ତି ଦେଇଥିବା ପ୍ରତିଶ୍ରୁତି କୁ l କାରଖାନା ପ୍ରତିଷ୍ଠା କରିବା ପୂର୍ବରୁ ଜନସାଧାରଣଙ୍କୁ ସୁନେଲି ସ୍ବପ୍ନ ଦେଖାଇ ପରବର୍ତ୍ତୀ ସମୟରେ ମାନସିକ  ନିର୍ଯାତନା ଦେବାକୁ ପଛାଇ ନାହାନ୍ତି l ଏହିଭଳି ସବୁବେଳେ କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରିବାର ନଜିର ରହିଛି l ସ୍ଥାନୀୟ ଅଞ୍ଚଳର ବିକାଶ କରିବା ବଦଳରେ ବିନାଶ କରିବା କୁ ପଛାଉ ନାହାଁନ୍ତି, ପ୍ରଦୂଷିତ କରୁଛନ୍ତି ଅଞ୍ଚଳ l ଆଜି କଳିଙ୍ଗନଗର ରେ ଗଢିଉଠିଥିବା ଇମାମି ସିମେଣ୍ଟ କାରଖାନା ସମ୍ମୁଖ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜମିହରା ମାନେ l ସ୍ଥାନୀୟ ଅଞ୍ଚଳର ଜମିହରା ମାନଙ୍କୁ ଚାକିରି ଦେବା ପାଇଁ ଆନ୍ଦୋଳନ ଆନ୍ଦୋଳନ ଜାରି ରଖିଛନ୍ତି ଜମିହରା l ଏହିଭଳି କେତେ ଦିନ କମ୍ପାନୀ ମାନଙ୍କ ଶୋଷଣ ର ଶିକାର ହେଉଥିବେ ସ୍ଥାନୀୟ ଜନସାଧାରଣ? I ଏହାର ସଠିକ୍ କାର୍ଯ୍ୟକାରିତା ହେଉ ନଥିବା ବେଳେ ଜିଲ୍ଲାପ୍ରଶାସନର କମ୍ପାନୀ ପ୍ରୀତି ଲୋକମାନଙ୍କ ଆଖିରୁ ନିଦ ହଜିଯିବା ସ୍ୱଭାବିକ ହୋଇଛି l ତେଣୁ ଏହି ବିଷୟ ଉପରେ ଜିଲ୍ଲାପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ

ଖୁସୀ ଛଡାଇ ନେଲା ବିଦ୍ୟୁତ ତାର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଗଂଜାମ (ବ୍ୟୁରୋ) - ଜିଲ୍ଲା ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଲୋକଙ୍କ ମୁହଁରୁ ଲିଭିଯାଇଛି ହସ, ଉଜୁଡ଼ି ଯାଇଛି କେତେକ ସଂସାର l ଏହାର କାରଣ ହେଉଛି ବିଦ୍ୟୁତ ଯୋଗାଣ ସଂସ୍ଥାର ବେପରୁଆ ମନୋଭାବ l କିଏ ଦେବ ଉଜୁଡି ଯାଇଥିବା ସଂସାର କୁ ସୁଖ l ଏହି ଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି ବ୍ରହ୍ମପୁରରେ l ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ୪୦ ରୁ ଅଧିକ ଲୋକଙ୍କୁ ନେଇଯାଉଥିଲା ଏକ ଘରୋଇ ବସ୍ "ସିଲ୍କ ସିଟି" l ବ୍ରହ୍ମପୁରରୁ ଗୋଳନ୍ଥରା ଥାନା ଦଙ୍କଲପାତୁ ରୁ ଚିକରଡା କୁ ଯାଉଥିବା ବେଳେ ମେଣ୍ଡ ରାଜପୁର ନିକଟ ଗାଁ ରାସ୍ତା ଦେଇ ଯାଉଥିବା ବେଳେ ବସ୍ ଟି ୧୧ କେଭି ଲାଇନ୍ ସଂସ୍ପର୍ଶରେ ଆସିଥିଲା ତେଣୁ ଚାହୁଁ ଚାହୁଁ ବସ୍ ଟି ଜାଳିବାକୁ ଲାଗିଲା l ବସ୍ ରେ ଥିବା ଯାତ୍ରୀ ମାନେ ଆକୁଳ ଚିତ୍କାର କରି ଥିଲେ ଓ ଜୀବନ ବଞ୍ଚାଇବା ପାଇଁ ବସ୍ ରୁ ବାହାରି ଆସିଥିଲେ କିନ୍ତୁ ଖାଲି ପାଦ ତଳେ ଲାଗିଯିବା ସତ୍ୟେ ୧୧ ଜଣ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ଓ ଅନ୍ୟ ମାନଙ୍କୁ ବ୍ରହ୍ମପୁର ମେଡିକାଲ ଓ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ଏଠି ସରକାର ଙ୍କ ବିଦ୍ୟୁତ ବିଭାଗର ଅପାରଗତା ଓ ବିତରକ କମ୍ପାନି ର ମନମୁଖୀ କାର୍ଯ୍ଯ ପାଇଁ ଆଜି ନିରୀହ ଲୋକଙ୍କ ଜୀବନ ଯାଉଛି l ଏହିଭଳି ପରିସ୍ଥିତି ରେ ସରକାର ଉକ୍ତ ବିତରକ କମ୍ପାନି ଉପରେ କି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଦେଖିବାକୁ ବାକି ରହିଲା l

ଦେହତ୍ୟାଗ କଲେ ୬୨ ବର୍ଷୀୟା ମାତା, ତାଙ୍କ ବିଷୟର କିଛି.. ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ଓଡ଼ିଶା କାହିକିଁ ସାରା ଭାରତରେ ମହିମା ଧର୍ମର ପ୍ରଚାର ପ୍ରସାର ରହିଛି l ମହିମା ଧର୍ମ ବା ସନାତନୀ ଙ୍କ ମୂଳ ମନ୍ତ୍ର ଓଁ ନମଃ ନିରାକାର,  ମହିମା ଅଲେଖ l ଏହି ପରି ଏକ ପ୍ରୟାସ ସାମାଜ ପ୍ରତି ଏମାନଙ୍କ ବାର୍ତ୍ତା ଲୋଭ ଦେଖାଇ ଉଚିତ୍ ନୁହଁ l ଏହି ଧର୍ମରେ ଦୀକ୍ଷିତ ହୋଇଥିଲେ ଯାଜପୁର ଜିଲ୍ଲାର କୁଜିବର ଗ୍ରାମର ବାସିନ୍ଦା ସ୍ଵର୍ଗୀୟା ମାତା ମାନସୀ ଦେବୀ l ସେ ୬୨ ବର୍ଷ ବୟସରେ ଚଳିତ ବର୍ଷ ଫେବୃଆରୀ ୫ ତାରିଖ ଦିନ ଦେହ ତ୍ୟାଗ କରିଥିଲେ l ସେ  ସ୍ୱାମୀ ବାମନ ଚରଣ ବେହୁରାୟ ଙ୍କ ଠାରୁ ଏହି ଅଲେଖ ଧର୍ମ କୁ ଆପଣେଇ ନେଇଥିଲେ l ସେ ନିଜର ବିଧବାହ ପରେ ସ୍ଵାମୀ ଙ୍କ ଧାର୍ମିକ ଜୀବନ ପ୍ରଣାଳୀକୁ ଆପଣେଇ ନେଇଥିଲେ ଏବଂ ଅଲେଖ ମାତା ନାମରେ ପରିଚିତ ଥିଲେ l ସବୁ ଧର୍ମ ପରି ସନାତନୀ ଧର୍ମ ର ଧର୍ମଗୁରୁ ଓ ସେମାନଙ୍କ ଅନୁପ୍ରାଣିତ ହୋଇଥିବା ବିଶ୍ଵାସ କରୁଥିବା "ସୂର୍ଯ୍ୟାସ୍ତ ପରେ କିଛି ବି ଭକ୍ଷଣ କରନ୍ତି ନାହିଁ କାରଣ" ସୂର୍ଯ୍ୟ" ଙ୍କୁ ଏହି ଧାର୍ମିକ ଲୋକ ମାନେ ପୂଜା କରିଥାନ୍ତି l ଏହିଭଳି ମାତା ଯେକି  ଜଣେ, ଓଡ଼ିଆ ଓ ଓଡିଶା ର ମହିମା ଅଲେଖ ଧର୍ମ ର ପ୍ରଚାରକ ସାଜିଥିଲେ l ଏହିପରି ବ୍ୟକ୍ତିତ୍ୱ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଦେହ ତ୍ୟାଗ ସମୟରେ ସହ ପରିବାର ଉପସ୍ଥିତ ଥିଲେ l

ବାହାର ରାଜ୍ୟର ଗଞ୍ଜେଇ ମାଫିଆ ପୋଲିସ୍ କବଜାରେ ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
 କୋରାପୁଟ (ବ୍ୟୁରୋ) - ଗତ ଫେବୃୟାରୀ ୬ ତାରିଖ ଦିନ କୁନ୍ଦୁରା ପୁଲିସ ବାଇକ୍ ରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକଙ୍କୁ ଗିରଫ୍ କରିଛନ୍ତି... ଖବର ରୁ ଜଣାପଡିଛି ଯେ MP 65MA 8605 ବିଶିଷ୍ଟ ହୋଣ୍ଡା ସାଇନ୍ ବାଇକ୍ ରେ ଅନୁଜ କୁମାର ତାମାର୍କର (ମଧ୍ୟ ପ୍ରଦେଶ) ଶାହଡଲ ରୁ ଆଉ ତାଙ୍କ ସହଯୋଗୀ ଅଶୋକ କୁମାର ତାମାର୍କର (ମଧ୍ୟ ପ୍ରଦେଶ) ଅନୁପୁର୍ ରୁ ଦୁଇ ଜଣ ୨୨  କିଗ୍ରା ୨୦୦ ଗ୍ରା. ଗଞ୍ଜେଇ ଚାଲାଣ ହଉଥିବା ସୂଚନା ପାଇଁ, କୁନ୍ଦୁରା ପୋଲିସ୍ ଷ୍ଟେସନ୍ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ସୂର୍ୟ ପ୍ରକାଶ ନାୟକଙ୍କ ନେତୃତ୍ବରେ ପୋଲିସ୍ ଟିମ୍ ଚଢ଼ାଉ କରି... ଦୁଇ ଯୁବକଙ୍କୁ ଧରିବା ରେ ସକ୍ଷମ ହୋଇଛନ୍ତି... ତାଙ୍କ ପାଖରୁ ପୋଲିସ୍ ତିନି ଟି ସ୍ମାର୍ଟ ଫୋନ ଓ ନଗଦ ୨୩୨୦/- ଟଙ୍କା ଉଦ୍ଧାର କରିଛନ୍ତି... ଦୁଇଜଣ କୁ କୁନ୍ଦ୍ରା , ps case no - 10 dt. O6. 02.2020 u/s 20 (b)(ii )(c) of NDPS ଆକ୍ଟ ରେ କୋର୍ଟ ଚାଲାଣ କରା ଯାଇଛି l

ଆସ ବୁଲିଯିବା ବ୍ୟାସସରୋବର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ରେ ବିଭିନ୍ନ ମେଳା, ଯାତ୍ରା, ପାର୍ବଣ ପାଳିତ ହୋଇଥାଏ l ଓଡିଶା ରେ ଓଡ଼ିଆମାନଙ୍କୁ ନିଜର ଆତ୍ମ ପ୍ରତିଷ୍ଠା କରିବା ପାଇଁ ଓ ଆଧ୍ୟାତ୍ମିକ ଭାବନା କୁ ପରିପୃଷ୍ଟ କରିବାକୁ ବାରମାସରେ ତେର ଯାତ ପାଳନ କରିବାକୁ ପଡ଼ିଥାଏ l ଏହା ଭିତରେ ରହିଛି ବିଭିନ୍ନ ପୌରାଣିକ କିମ୍ବଦନ୍ତୀ l ଏହା ମଧ୍ୟରେ ରହିଛି ବ୍ଯାସ ସରୋବର ମେଳା, ଏହା ଆଜକୁ ପ୍ରାୟ ଶହ ଶହ ବର୍ଷ ଧରି ପାଳନ କରାଯାଉଛି l ଯାଜପୁର ଜିଲ୍ଲା ବ୍ୟାସନଗର ପୌରସଂସ୍ଥାର ଅଧୀନରେ ଥିବା ଏହା ଏକ ପୌରାଣିକ ପୀଠ, ଏଠାରେ ପୂଜିତ ହୁଅନ୍ତି ବ୍ୟାସଦେବ, କାହିଁ କେତେ କାଳରୁ ସେ ପୂଜା ପାଉଛନ୍ତି l ଏହି ସ୍ଥାନ ର ମହାତ୍ମ୍ୟମ ହେଉଛି ଗୁପ୍ତଗଙ୍ଗା, ଏହି ଗୁପ୍ତଗଙ୍ଗା ରେ ପିଣ୍ଡ ଦାନ କଲେ ପୂର୍ବ ପୁରୁଷଙ୍କ ଅମର ଆତ୍ମା କୁ ଶାନ୍ତି ମିଳିଥାଏ ବୋଲି ଲୋକମାନଙ୍କ ର ଆତ୍ମ ବିଶ୍ୱାସ ରହିଛି l ଏହି ମେଳା ପ୍ରତ୍ୟେକ ବର୍ଷ ଓଡ଼ିଆ ମାଘମାସ ଭୈମୀ ଏକାଦଶୀ ଠାରୁ ଆରମ୍ଭ ହୋଇଥାଏ, ଦଶ ଦିନ ଧରି ଚାଲିବାକୁ ଥିବା ଏହି ମେଳା ଜାନୁଆରୀ ୫ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି l ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଜିନିଷ ର ଦୋକାନ ଏଠାରେ ଦେଖିବାକୁ ମିଳିଥାଏ l ବାସ୍ତବରେ ଏହା ବଡ଼ ଧରଣର ବ୍ୟବସ୍ଥା କୁ ଜନସାଧାରଣଙ୍କ ସମାଗମ ହୋଇଥ

ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳନ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ଝିଡାଗୁଡା କ୍ଳଷ୍ଟର ଅନ୍ତର୍ଗତ ମସ୍ତିପୁଟ ଉଚ୍ଚ ବିଦ୍ୟାଳୟ ରେ ପାଳିତ ହୋଇଯାଇଛି ବାର୍ଷିକ କ୍ରୀଡା ଉତ୍ସବ l ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର କ୍ରୀଡ଼ା ର ଆୟୋଜନ କରାଯାଇଥିଲା l ବିଦ୍ୟାଳୟର ଖେଳ ଶିକ୍ଷକ ଙ୍କ ଦ୍ବାରା ପରିଚାଳିତ ଏହି ବାର୍ଷିକ କ୍ରୀଡା ରେ ବହୁ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଥିଲେ l ଏହି କର୍ଯ୍ୟକ୍ରମ କୁ ମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ଅବସର ପ୍ରାପ୍ତ  ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାତ୍ର l ସମ୍ମାନୀତ ଅତିଥି ଭାବେ ଝିଡା ଗୁଡା କ୍ଳଷ୍ଟର ର ସଂଯୋଜିକା ଶ୍ରୀମତୀ ଜସ୍ମିତା ମହାରଣା ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଏହି କର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଶେଷରେ ମୁଖ୍ୟଅତିଥି ଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l RITA vision News