ଆସ ବୁଲିଯିବା ବ୍ୟାସସରୋବର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ରେ ବିଭିନ୍ନ ମେଳା, ଯାତ୍ରା, ପାର୍ବଣ ପାଳିତ ହୋଇଥାଏ l ଓଡିଶା ରେ ଓଡ଼ିଆମାନଙ୍କୁ ନିଜର ଆତ୍ମ ପ୍ରତିଷ୍ଠା କରିବା ପାଇଁ ଓ ଆଧ୍ୟାତ୍ମିକ ଭାବନା କୁ ପରିପୃଷ୍ଟ କରିବାକୁ ବାରମାସରେ ତେର ଯାତ ପାଳନ କରିବାକୁ ପଡ଼ିଥାଏ l ଏହା ଭିତରେ ରହିଛି ବିଭିନ୍ନ ପୌରାଣିକ କିମ୍ବଦନ୍ତୀ l ଏହା ମଧ୍ୟରେ ରହିଛି ବ୍ଯାସ ସରୋବର ମେଳା, ଏହା ଆଜକୁ ପ୍ରାୟ ଶହ ଶହ ବର୍ଷ ଧରି ପାଳନ କରାଯାଉଛି l ଯାଜପୁର ଜିଲ୍ଲା ବ୍ୟାସନଗର ପୌରସଂସ୍ଥାର ଅଧୀନରେ ଥିବା ଏହା ଏକ ପୌରାଣିକ ପୀଠ, ଏଠାରେ ପୂଜିତ ହୁଅନ୍ତି ବ୍ୟାସଦେବ, କାହିଁ କେତେ କାଳରୁ ସେ ପୂଜା ପାଉଛନ୍ତି l ଏହି ସ୍ଥାନ ର ମହାତ୍ମ୍ୟମ ହେଉଛି ଗୁପ୍ତଗଙ୍ଗା, ଏହି ଗୁପ୍ତଗଙ୍ଗା ରେ ପିଣ୍ଡ ଦାନ କଲେ ପୂର୍ବ ପୁରୁଷଙ୍କ ଅମର ଆତ୍ମା କୁ ଶାନ୍ତି ମିଳିଥାଏ ବୋଲି ଲୋକମାନଙ୍କ ର ଆତ୍ମ ବିଶ୍ୱାସ ରହିଛି l ଏହି ମେଳା ପ୍ରତ୍ୟେକ ବର୍ଷ ଓଡ଼ିଆ ମାଘମାସ ଭୈମୀ ଏକାଦଶୀ ଠାରୁ ଆରମ୍ଭ ହୋଇଥାଏ, ଦଶ ଦିନ ଧରି ଚାଲିବାକୁ ଥିବା ଏହି ମେଳା ଜାନୁଆରୀ ୫ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି l ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଜିନିଷ ର ଦୋକାନ ଏଠାରେ ଦେଖିବାକୁ ମିଳିଥାଏ l ବାସ୍ତବରେ ଏହା ବଡ଼ ଧରଣର ବ୍ୟବସ୍ଥା କୁ ଜନସାଧାରଣଙ୍କ ସମାଗମ ହୋଇଥାଏ ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ ଜନସାଧାରଣ ଙ୍କ ସମସ୍ୟା ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ପରିଚାଳନା କରାଯାଇଛି l ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥାନ୍ତି ଏହି ମେଳାକୁ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !