ବିନା ଅନୁମତିରେ ଚାଷ ଜମିକୁ ଖୋଳି ହରଡଘଣାରେ ଠିକାଦାର,ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ଯାଜପୁର /ଦାନଗଦି - ଯାଜପୁର ଜିଲ୍ଲାର ଦାନଗଦି ତହସିଲ ଅନ୍ତର୍ଗତ ଗଣ୍ଡା ନାଳ ପାଟ ରେ ଥିବା ରlଛିପୁର୍, ଦାନୀଆବର ଓ ଖଣ୍ଡାହତା ର ଚାଷୀ ମାନଙ୍କ ଚାଷ ଜମି କୁ ବିନା ଅନୁମତିରେ ମେସିନ୍ ଲଗାଇ ଖୋଳାଯାଉଥିବା ଅଭିଯୋଗ ହୋଇଛି l ଡ୍ରେନେଜ ବିଭାଗ ପକ୍ଷରୁ ଠିକାଦାର କାମ କରିବାକୁ କରିବାକୁ ଯାଇ ବେନିୟମ ଭାବେ ଚାଷ ଜମି ଖୋଳା କୁ ବିରୋଧ କରି ଉକ୍ତ ଅଞ୍ଚଳର ଚାଷୀମାନେ ମାଟି ଖୋଳା କୁ ବନ୍ଦ କରିବା ପରେ, ଠିକାଦାର ପହଞ୍ଚି କ୍ଷତିପୂରଣ ଦେବାକୁ କହି ଚତୁରତାର ସହିତ କର୍ମ କ୍ଷେତ୍ରରେ ଚାଷିଙ୍କ ଦ୍ଵାରା ଜବଦ ହୋଇଥିବା ଜେସିବି ମେସିନ୍ ଦୁଇଟିକୁ ରାତାରାତି ନେଇଯିବା ପାଇଁ ମସୁଧା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ l ଚାଷୀମାନେ ଏହି ମେସିନ୍ ଦୁଇଟିକୁ ଜବଦ କରି ରାଛିପୁର୍ ଗ୍ରାମରେ ରଖି, ଉକ୍ତ ଠିକାଦାର ବିରୋଧରେ ବିହୀତ ପଦକ୍ଷେପ ନେବା ସହିତ ଚାଷୀ ମାନଙ୍କୁ ଉଚିତ୍ କ୍ଷତିପୂରଣ ଦେବାକୁ ଦାନଗଦି ତହସିଲ କାର୍ଯ୍ଯାଳୟ ରେ ପହଞ୍ଚିଛି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !