ଯାଜପୁର ଜିଲ୍ଲା ରେ ଗୋରୁ ଚାଲାଣ ସହିତ ଗୋ ମାଂସ ଚାଲାଣ ର ରାକେଟ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ l

ଗୋ ମାଂସ ଚାଲାଣ କାରୀ କୁ ଧରାଇଲେ ବଜରଙ୍ଗ ଦଳର ସଦସ୍ୟମାନେ l
ଯାଜପୁର /ବ୍ୟାସନଗର - କୋରେଇ ବ୍ଳକ ସାଦକ ପୁର୍ ଠାରୁ ବ୍ୟାସନଗର ପୌରପରିଷଦ ଅହମଦ ନଗର ର ଏକ ମୁସଲିମ ହୋଟେଲ କୁ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ, ଗୋ ସୁରକ୍ଷା ସଂଗଠନ ଓ ହିନ୍ଦୁ ସୁରକ୍ଷା ସେନା ର ଭାଇମନେ ଏକ ଲାଲ ରଙ୍ଗର ଇଣ୍ଡିକା କାର No. OR02N 12 12 କୁ ଗୋ ମାଂସ ସହ ଜବଦ କରି ଯାଜପୁର ରୋଡ଼ ପୋଲିସ୍ କୁ ହସ୍ତାନ୍ତର କରିଛନ୍ତି l ଖବର ରୁ ପ୍ରକାଶ ଯେ, ସପ୍ତାହ କୁ ତିନି ଦିନ ଧରି ଏହି ଗୋ ମାଂସ ଚାଲାଣ ହେଉଥିବା ବେଳେ ମାସକୁ ବହୁ ସଂଖ୍ୟାରେ ଗୋ ହତ୍ୟା କରାଯାଉଛି l ଏହାକୁ ଦୃଷ୍ଟିରେ ରଖି ଗୋ ସୁରକ୍ଷା କମିଟି, ହିନ୍ଦୁ ସୁରକ୍ଷା ସେନା ଓ ବଜରଙ୍ଗ ଦଳର ସଦସ୍ୟ ମାନେ ଏହାକୁ ସାଧାରଣରେ ପ୍ରମାଣିତ କରିଛନ୍ତି l ଏହି ଘଟଣାରେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଅହମଦ ନଗର ଠାରେ ଥିବା jam jam hotel ମାଲିକ ସେକ୍ ଗୋଲୋ, ଗୋ ମାଂସ ଚାଲାଣ କାରୀ କୋରେଇ ଥାନା ଅନ୍ତର୍ଗତ ସାଦକ ପୁର୍ ଏସକେ ଆଲ୍ଲାଉଦ୍ଦିନ ଙ୍କ ପୁଅ ଏସକେ ନବ ରୁଦିନ( ୨୨)କୁ ଅଟକ ରଖି ପଚରାଉଚରା କରି ଥିଲେ ଓ ସଙ୍ଗେ ସଙ୍ଗେ ଯାଜପୁର ରୋଡ଼ ଥାନା କୁ ଜଣାଇଥିଲେ l ପୋଲିସ୍ ଉକ୍ତ ଗୋ ମାଂସ ବୋଝେଇ ଇଣ୍ଡିକା କାର୍ ଜବଦ କରିବା ସହ ନବରୁଦିନ କୁ ଗିରଫ କରିଛି l ବିଶ୍ୱହିନ୍ଦୁ ପରିଷଦ ରାଜ୍ୟ ପ୍ରବକ୍ତା ଚିନ୍ମୟ ସ୍ଵରୂପ ପଣ୍ଡା. ବଜରଙ୍ଗଦଳ ବ୍ୟାସନଗର୍ ସଂଯୋଜକ ସୁଶିଲ ମଲ୍ଲିକ୍. ହିନ୍ଦୁ ସୁରକ୍ଷା ସେନା ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର. ଅସିତ୍ ଦାସ. ସୁବାସ ଜେନା. ସୁବ୍ରତ ସାହୁ. ସୁଦାମ ମଲ୍ଲିକ ବଲରାମ ଗୁରୁ. ଶୁଭମ୍ ଦାହ. ସୁମନ. ଦୀକୁ ରାଜା ପାଞ୍ଚ ଶହରୁ ଉର୍ଦ୍ଧ କାର୍ଯ୍ୟ କର୍ତ୍ତା ବିରୋଧ କରିଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !