ସଟସର୍କିଟରେ ଜଳିଗଲା ଚାରି ବଖରା ଘର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ଅନୁଗୁଳ (ଆଠମଲ୍ଲିକ) - ଘଟିଯାଇଛି ଏକ ଅଭାବନୀୟ ଘଟଣା, କ୍ଷଣିକ ମଧ୍ୟରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ଏକ ଗରିବ ପରିବାର ଘର l
ଆଜି ଅପରାହ୍ନ ୧ ଟା ବେଳେ ହଠାତ ଜଳି ଉଠିଥିଲା କିଶୋରନଗର ବ୍ଲକ କଣ୍ଢାଳ ଗ୍ରାମର ଶରତ ଦେହୁରୀଙ୍କ ଚାଳ ଘର,ନିଆଁରେ ଜଳି ପାଉଁଶ ହେଇଗଲା ଶରତଙ୍କ ଚାରି ବଖରା ଘର | ଗାଁ ଲୋକେ ଘର ଜଳୁଥିବାର ଦେଖି ସଙ୍ଗେ ସଙ୍ଗେ ବାମୁର ଅଗ୍ନିଶମ ବିଭାଗକୁ ଦିନ ୧ ଟା ବେଳେ ଖବର ଦେଇଥିଲେ କିନ୍ତୁ ଅଗ୍ନିଶମ ବିଭାଗ ନିଆଁ ଲିଭା ସ୍ଥଳେ ପହଞ୍ଚିବା ପୂର୍ବରୁ ଗାଁର କିଛି ଲୋକମାନେ ନିଆଁ ଲିଭାଇବା ପାଇଁ ଚଢ଼ିଯାଇଥିଲ ଶରତଙ୍କ ଘର ଉପରେ | ସ୍ଥାନୀୟ ନଳକୂପ ଓ ପୋଖରୀରୁ ପାଣି ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପରିଶ୍ରମ କରି ନିଆଁ କୁ ଆୟତ କରିବାରେ ସଫଳ ହୋଇଥିଲେ |
       ଗ୍ରାମବାସୀ ଙ୍କ ଦ୍ୱାରା ନିଆ ଆୟତ ହେବ ପରେ ଆସି ପହଞ୍ଚିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ | ସେଠାକାର ସ୍ଥିତିକୁ ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରିଥିଲେ ବିଭାଗର କର୍ମଚାରୀ ଶ୍ରୀ ଏସ ଏନ ଆଚାର୍ଯ୍ୟ | ଶ୍ରୀ ଆଚାର୍ଯ୍ୟ ଙ୍କ ସୂତ୍ରରୁ ପ୍ରକାଶ ଯେ ଇଲେକ୍ଟ୍ରି ସଟସର୍କିଟ ଯୋଗୁ ଚାଳରେ ନିଆଁ ଲାଗି ଯାଇଥିଲା ଓ ଚାରିଟି ଘର ଜଳିଯାଇଥିଲା | ପ୍ରାୟ ଦଶ ହଜାର ଟଙ୍କାର ସମ୍ପତି ଜଳି ଯାଇଥିବାର ସୂଚନା ଦେଇଥିଲେ ଶ୍ରୀ ଆଚାର୍ଯ୍ୟ |
ଗାଁ ର ଲୋକମାନଙ୍କ କହିବା କଥା ଶରତ ବହୁତ ଗରିବ ହୋଇଥିବାରୁ ଯଦି ତାଙ୍କୁ ସରକାରଙ୍କ ପକ୍ଷରୁ କିଛି ସୁବିଧା ଓ ଘର ଖଣ୍ଡେ ସାହାଯ୍ୟ ମିଳନ୍ତା ତାହେଲେ ଶରତଙ୍କ ପରିବାର ଖୁସିରେ ରୁହନ୍ତା |

     

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !