ଚୁମ୍ବକ ଟାଣିଲା କାରକୁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ନାଲକୋ ସ୍ମେଲଟର ଦୁର୍ଘଟଣା, କାରକୁ ଟାଣି ନେଲା ଚୁମ୍ବକ 


ଅନୁଗୁଳ ( ବ୍ୟୁରୋ ରିପୋର୍ଟ) - ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ସ୍ପଟ ଲାଇନ୍‌ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଠିକାଦାର ଜଣକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଥାଉ କି ଉକ୍ତ ଠିକାଦାର କାର୍‌ରେ ସ୍ପଟ ଲାଇନ୍‌ ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍‌ ପ୍ଲାଣ୍ଟ ର ଚୁମ୍ବକଟି କାର୍‌ଟିକୁ ଟାଣି ନେଇଥିଲା। ଫଳରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ମୁତାବକ ଉକ୍ତ ରାସ୍ତା ଦେଇ କୌଣସି ଗାଡ଼ି ଯାତାୟାତ କରିପାରିବ ନାହିଁ ବୋଲି ନାଲକୋ ପକ୍ଷରୁ ଆଗରୁ ଫଳକ ଦ୍ୱାରା ସୂଚନା ଦିଆଯାଇଛି | ତେବେ ଏହାକୁ ଅବମାନନା କରି ଠିକାଦାର କିଭଳି କାର୍‌ରେ ଉକ୍ତ ନିଷିଦ୍ଧାଞ୍ଚଳ ରାସ୍ତା ଦେଇ ଗଲେ ବୋଲି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନାଲାକୋର ସୁରକ୍ଷା କର୍ମୀ ସେଠାରେ ମହଜୁଦ ନଥିବା ଓ ବିଭାଗର ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ନେଇ ନାଲକୋ କର୍ମଚାରୀ କହିଛନ୍ତି। ସେହିପରି ମଙ୍ଗଳବାର ସକାଳେ ସ୍ପଟ ଲାଇନ୍‌ ପରିସରରେ ପିଟିଏମ୍‌ କ୍ରେନର ଏକ ପ୍ୟାନେଲ ବକ୍ସ ଉପରୁ ତଳକୁ ଗଳିପଡ଼ିଥିଲା। ଯଦି ସେହି ସମୟରେ କୌଣସି ଶ୍ରମିକ କାମ କରୁଥାନ୍ତେ ତେବେ ସେମାନେ ଦୁର୍ଘଟଣାର ଶିକାର  ହୋଇଥାନ୍ତେ ବୋଲି କୁହାଯାଇଛି। ଆଗକୁ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦେବାପାଇଁ କର୍ମଚାରୀ ମହଲରେ ଦାବି ହୋଇଛି | କିନ୍ତୁ ନାଲକୋ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି l ଆଗାମୀ ଦିନରେ ଏହିପରି ଦୁର୍ଘଟଣା ଘଟିଲେ ଏଥି ପାଇଁ କିଏ ଦାୟୀ ରହିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !