ହଜି ଯାଇଛି ମାନବିକତା, ପୁରୁଣା ଶତ୍ରୁତା କୁ କେନ୍ଦ୍ର କରି ଦଳିତ ଙ୍କ ଘର ପୋଡ଼ିଲେ l

ଯାଜପୁର (ବ୍ୟୁରୋ ରିପୋର୍ଟ) - ହଜି ଯାଇଛି ମାନବିକତା, ଜମିବାଡ଼ି ବିବାଦ କୁ ନେଇ ଏକ ନିରୀହ ଦଳିତ ପରିବାର ଘର ପୋଡ଼ି ଦେଇ ନିରାଶ୍ରୟ ଅସହାୟ କରିଛନ୍ତି ଏକ ସବର୍ଣ୍ଣ ପରିବାର l ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦାନଗଦି ବ୍ଲକ ବାଙ୍ଗରକୋଟା ପଞ୍ଚାୟତର, ଟମକା ଥାନା ଅନ୍ତର୍ଗତ ଦିଅପାଳ ଗ୍ରାମରେ l ଏହି ଗ୍ରାମର ବାସିନ୍ଦା ଆନନ୍ଦ ଦଳାଇ( ୩୮) ପିତା ସ୍ଵର୍ଗତ ଅରୁଣ ଦଳାଇ ବାସ କରୁଥିବା ବେଳେ, ତାଙ୍କର ପଡ଼ିଶା ସେହି ଗ୍ରାମର ସୁମନ୍ତ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ପୁତ୍ର ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି l 
ଏହି ପରିପ୍ରେକ୍ଷୀରେ ଗତ ଶୁକ୍ରବାର ତା ୧୮/୯/୨୦୨୦ ରିଖ ରାତ୍ର ଗୋଟାଏ ସମୟରେ ସୁମନ୍ତ ଖୁଣ୍ଟିଆ ଏହି ଏହି ଦଳିତ ପରିବାର କୁ ଧମକ ଦେଇ କହିଲେ ଯେ '' ତୁମେ ଏ ଘର ଜାଗା ଛାଡି ଚାଲି ଯାଅ ନଚେତ୍ ଘରେ ନିଆଁ ଲଗାଇ ସପରିବାର କୁ ମାରିଦେବି '' l ସେହି ଦିନ ରାତି ପ୍ରାୟ ୩ ଟା ସମୟରେ ଘରେ ସପରିବାର ଶୋଇଥିବା ଅବସ୍ଥାରେ ସୁମନ୍ତ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ପୁଅ ରମେଶ ଓ କୁନୁ ଆସି ଆନନ୍ଦ ଦଳାଇ ର ଘରକୁ ପେଟ୍ରୋଲ ପକାଇ ପୋଡ଼ି ଦେଇଥିବା ଟମକା ଥାନା ରେ ଏତଲା ଦେଇଥିଲେ ଥିଲେ I ଦଳିତ ପରିବାର ଦିନମଜୁରି କରି ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଟଙ୍କା, ସୁନା ରୂପା ଓ ଆସବାବପତ୍ର ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା I ପରେ ଦମକଳବାହିନୀ ନିଆଁ ଲିଭାଇ ଥିଲେ l ଘର ପୋଡ଼ି ଥିବା ଲୋକ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ l ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା l ଏହା ପରେ ସେମାନଙ୍କୁ କିପରି ଭାବରେ ବସବାସ କରିବେ ତାହା ଚିନ୍ତାର ବିଷୟ l ସରକାରୀ ସ୍ତରରେ କୌଣସି ସାହାଯ୍ଯ ସହଯୋଗ ମିଳିନାହିଁ l ଏହି ସମୟରେ ଏହି ଦଳିତ ପରିବାର କୁ ଉଚିତ୍ ନ୍ୟାୟ ନ ମିଳିଲେ ଉକ୍ତ ପରିବାର ଏସ୍ ପି ଙ୍କୁ ଜାଣଇବେ ଓ ଥାନା ସାମ୍ନାରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି l (Rita vision News)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !