ମନ୍ଦିର ପ୍ରାଙ୍ଗଣରେ ସାମ୍ବାଦିକ ଙ୍କୁ ମାଡ ମାରିଲେ ଦୁର୍ବୃତ୍ତ I

ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲା ଜଖପୁରା ଥାନା ଅନ୍ତର୍ଗତ ଜଖପୁରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।ଯୁବ ଶକ୍ତି ରିପୋର୍ଟର ଆଲୋକ କୁମାର ସିଓ ଙ୍କୁ ଗ୍ରାମଦେବତୀ ମା ହିଙ୍ଗୁଳା ମନ୍ଦିର ପ୍ରବେଶ କରୁଥିବା ସମୟରେ ଯଖପୁରା ଗ୍ରାମର ପ୍ରଶ୍ନଜିତି ନାୟକ, ଙ୍କସହିତ ,ସ୍ମୃତିରଞ୍ଜନ ବ୍ରହ୍ମ ,ବିକ୍ରମ ବିହାରୀ ବ୍ରହ୍ମ ,,ସୋରଭ ନାୟକ ମିଳିତ ଭାବେ ଦୃର୍ବତ୍ତ ମାନେ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ଏବଂ ପୂର୍ବ ସତ୍ରୁତାକୁ ନେଇ ଆକ୍ରମଣ ଗାଳି ଗୁଲଜ କରି ମାଡ଼ ମାରିଥିଲେ ବୋଲି ଆଲୋକ ସିଓ କହିଛନ୍ତି। ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା କୁ ନେଇ ଜନସାଧାରଣ ମାନେ ନିନ୍ଦା କରିଛନ୍ତି। ତେବେ ଏ ନେଇ ଆଜି ଜଖପୁରା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେଣା ଏକ ମାମଲା ରୁଜୁ କରି ଥିଲେ। ଜଖପୁରା ଥାନା କେଶ୍ , ଧାରା 341, 294, 323, 506 ଅନୁଯାୟୀ ମାମଲା ରୁଜୁ  କରାଯାଇଛି ଓ ତଦନ୍ତ ଜାରି ରହିଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !