କଳିଙ୍ଗନଗର ବିକାଶ ମଞ୍ଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ l

 କଳିଙ୍ଗନଗର ବିକାଶ ମଞ୍ଚ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ l
ଯାଜପୁର (ସୁକିନ୍ଦା) - ମହାମାରୀ କରୋନା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟ ନେଇ କଳିଙ୍ଗନଗର ବିକାଶ ମଞ୍ଚ, ଦାନଗଦୀ ପକ୍ଷରୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ପୂର୍ବାହ୍ନରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l 
ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ା: ଜୟଦେବ ନନ୍ଦ, ବିଡ଼ିଓ ବିଶ୍ୱଜିତ ଦାସ ତହସିଲଦାର ବୁଲବୁଲ ବେହେରା ଆଇଆଇସି ଶିବ ଚରଣ ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ 34ଜଣ ଅନ୍ତେବାସୀ ରୋଗୀ ଓ ମା ଘରର 6ଜଣ ମହିଳାଙ୍କୁ କରୋନା ନିୟମମାନି ଚଳିବl, ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେବାସହ ମଞ୍ଚ ପ୍ରଦତ୍ତ ମାସ୍କ ସାନିଟାଇଜର, ସାବୁନ ଫଳ ବିସ୍କୁଟ ପାଉଁରୁଟି ଆଦି ବଣ୍ଟନ କରିଥିଲେ l 
      ସଚେତନତା କାର୍ଯ୍ୟକ୍ରମ ରେ ସଦସ୍ୟ ବୃନ୍ଦ 
ଅତିଥିମାନେ ମଞ୍ଚର ଏଭଳି ପ୍ରୟାସର ଭୁୟସୀ ପ୍ରଶଂସା କରିଥିଲେ l ମଞ୍ଚର ସଭାପତି ଆଡ଼ଭୋକେଟ ସୁବାଷ ଚନ୍ଦ୍ର ବଳ, ସାଧାରଣ ସମ୍ପାଦକ ଅକ୍ଷୟ ଧଳ, ଉପ ସଭାପତି ଇତିଶ୍ରୀ ସାମଲ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିଜ ଜୟ ନାରାୟଣ ମହାପାତ୍ର, କୋଷାଧକ୍ଷ ସ୍ମୃତି ରଞ୍ଜନ ବିଶ୍ୱାଳ, ସଦସ୍ୟ ତଥା ସମାଜସେବୀ ସ୍ଵର୍ଣ୍ଣଲତା ବାନରl, ଅଞ୍ଜନ ପ୍ରଧାନଓ ଠାକୁରା ମହାନ୍ତ, ଚନ୍ଦ୍ରକାନ୍ତ ନାୟକ ଜଗବନ୍ଧୁ ବେଜ ପ୍ରଦୀପ ନାୟକ ଦେବେନ୍ଦ୍ର ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !