ମିଶ୍ରିଲାଲ ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା।

 ଧାରଣା ରେ ବିଜେପି ନେତା ପ୍ରଦୀପ ବଳ ସାମନ୍ତ ଙ୍କ ସହିତ କର୍ମୀ 
ଯାଜପୁର (କଳିଙ୍ଗନଗର): କଳିଙ୍ଗନଗର  ଅବସ୍ଥିଅଞ୍ଚଳରେ  ମିଶ୍ରିଲାଲ ଫେରୋ ଆଲୋୟେଜ ପ୍ଲାଣ୍ଟ ସମ୍ମୁଖରେ ଜମିହରା ଓ ସ୍ଥାନୀୟ ବେକାରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ମାତ୍ରାଧିକ ପ୍ରଦୂଷଣ ନିୟନ୍ତ୍ରଣ କରିବା, ଭୂତଳ ଜଳ ବ୍ୟବହାର ନିଷିଦ୍ଧ କରିବା, ପ୍ରଭାବିତ ତିନୋଟି ପଞ୍ଚାୟତର ପରିପାର୍ଶ୍ଵିକ ଉନ୍ନୟନ କରିବା ଆଦିି ୧୦ଦଫା ଦାବି ନେଇ ସୁକିନ୍ଦା ଭାଜପା ପକ୍ଷରୁ ଗତ ୨୬ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା l ଦୀର୍ଘ ବର୍ଷ ହେବ ଏହି କାରଖାନା ଉତ୍ପାଦନକ୍ଷମ ହୋଇଥିଲେହେଁ ରାଜନୈତିକ ଚାପରେ ଏହି କାରଖାନାଦ୍ୱାରା ପ୍ରଭାବିତ ହେଉଥିବା ଦାନଗଦୀ ବ୍ଲକର ଚାନଦିଆ ଓ ପଙ୍କପାଳ, ସୁକିନ୍ଦା ବ୍ଲକର ପିଙ୍ଗଲ ଆଦି ୩ଟି ପଞ୍ଚାୟତର ପ୍ରଭାବିତ ଶତାଧିକ ମହିଳା ଓ ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ l ସୁକିନ୍ଦା ଭାଜପା ନେତା ପ୍ରଦୀପ ବଳସlମନ୍ତ, ଯୁବନେତା ବିଶ୍ୱଜିତ ରାଜ, ପ୍ରଶାନ୍ତ ରାୟ,, ବୀରେନ ଟୁଡୁ, ରାଜେନ୍ଦ୍ର କାଲୁଣ୍ଡିଆ, ସ୍ମୃତି ରଞ୍ଜନ ଜେନା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ l ଅପରାହ୍ନରେ କଳିଙ୍ଗନଗର ଅତିରିକ୍ତ ଏସପି ଜୟରାମ ଶତପଥି ଓ ଥାନା ଆଇଆଇସି ସୁଶାନ୍ତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭରନେତୃତ୍ୱ ନେଉଥିବା ନେତାମାନଙ୍କୁ ନେଇ କାରଖାନା କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେହେଁ କାରଖାନାର କେତେକ ପ୍ରଶାସନିକ ଅଧିକାରୀ ଭାରତ ବନ୍ଦ ଯୋଗୁଁ ଅନୁପସ୍ଥିତ ଥିବାରୁ ଆସନ୍ତା ୩ତାରିଖରେ ଦାବି ସମ୍ପର୍କରେ ଆଲୋଚନା କରାଯିବାର ନିଷ୍ପତ୍ତି ନିଆଯିବାପରେ ଧାରଣା ସାମୟିକଭାବେ ପ୍ରତ୍ୟାହୃତ ହୋଇଥିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !