ଇମ୍ଫା ପକ୍ଷରୁ ନିର୍ମିତ ସାଧାରଣ ଶୌଚାଳୟ ଲୋକାର୍ପିତ l

ଯାଜପୁର (କାଳିଆପାଣି ): - ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ଗୁରୁଜଙ୍ଗଠାରେ ପୁରୁଷ ଓ ମହିଳା ମାନଙ୍କ ବ୍ୟବହlର ନିମନ୍ତେ ନିର୍ମିତ ପୃଥକ ସାଧାରଣ ଶୌଚାଳୟ ସୋମବାର ଲୋକାର୍ପିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କlର୍ମୀକ ଓ ପ୍ରଶାସନ ବିଭାଗ ଉପ ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ ନବନିର୍ମିତ ଶୌଚାଳୟକୁ ଗ୍ରାମବାସୀଙ୍କ ବ୍ୟବହାର ନିମନ୍ତେ ଲୋକାର୍ପିତ କରିଥିଲେ l 
ସ୍ଥାନୀୟ ସରପଞ୍ଚ କଳ୍ପନା ଜେନା, ସମିତି ସଭ୍ୟା ସଂଗୀତା ପ୍ରଧାନ, ଇମ୍ଫାର ଲୋକସମ୍ପର୍କ ବିଭାଗ ବରିଷ୍ଠ ପରିଚାଳକ ଜଗନ ମୋହନ ମଲ୍ଲିକ,ଯୁବ ସମାଜସେବୀ ଆଶିଷ ଜେନା , ୱାର୍ଡ ସଭ୍ୟ ଶଙ୍କର ହେମ୍ବ୍ରମ, ଶ୍ୟାମ ମହାନ୍ତ ଓ ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଲୋକସମ୍ପର୍କ ବିଭାଗ ବରିଷ୍ଠ ଅଧିକାରୀ ମିଲନ ରଞ୍ଜନ କର, ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି କାର୍ଯ୍ୟକ୍ରମଳୁ ପରିଚାଳନା କରିଥିଲେ l ଫାଉଣ୍ଡେସନର ଏଭଳି ସ୍ୱଚ୍ଛତା ଅଭିମୁଖୀ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଗ୍ରାମବାସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା l (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !