ଦାନଗଦି ବ୍ଲକ ର ୮ଟି ବିଦ୍ୟାଳୟ ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁକିନ୍ଦା ବିଧାୟକ l

ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ଶିକ୍ଷା ପ୍ରଦାନ ଓ ବିଦ୍ୟଳୟ କୁ ବିକଶିତ କରିବା ପାଇଁ ପ୍ରୟାସ ଜାରି ରହିଛି l ଏହି ପରିପେକ୍ଷିରେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ OMBADC ଆବଣ୍ଟିତ ପାଣ୍ଠିରୁ ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ଶୌଚାଳୟ, ପଢ଼ାଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦି  ପାଇଁ ଶିଳାନ୍ୟାସ କରିଥିଲେ l 
ଏହି ପରିପ୍ରେକ୍ଷୀରେ ଦାନଗଦି ବ୍ଲକ ର ରାଛିପୁର ଯୁଝୁପଦା ଆପର୍ ପ୍ରାଇମେରୀ ସ୍କୁଲ୍, ଖପୁରିଆପଦା ପ୍ରାଇମେରୀ ସ୍କୁଲ୍, କୁମ୍ଭୀରଗଡ଼ିଆ ନୋଡାଲ ପ୍ରାଇମେରୀ ସ୍କୁଲ୍, ମାର୍ଥାପୁର ନୋଡ଼ାଲ ପ୍ରାଇମେରୀ ସ୍କୁଲ୍, ମାଣତିରା- କେନ୍ଦୁଢିପ କେ. ଏନ୍. ବ୍ରହ୍ମଚାରୀ ପ୍ରାଇମେରୀ ସ୍କୁଲ୍, ଗୋଲା ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍କୁରାପାଳ ପ୍ରାଇମେରୀ ସ୍କୁଲ୍ ଏବଂ ପଙ୍କପାଳ ବିଣାପାଣୀ ବିଦ୍ୟାପୀଠ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଆଗାମୀ ଫେବୃୟାରୀ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !