ଡୁବୁରୀ - ମିଲେଟାରୀ ଛକ ୬ ଥାକିଆ ରାସ୍ତା ନିର୍ମାଣ ର ଅବଧି ୪ମାସ ହେଲା ଶେଷ ହୋଇଛି, କିନ୍ତୁ ଆଜି ହେଉଛି ଦାନଗଦି ବଜାର ଉଚ୍ଛେଦ l

ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ସଂଲଗ୍ନ ହୋଇ ରହିଥିବା ରାସ୍ତା ଡୁବୁରୀ ଠାରୁ ମିଲିଟାରୀ ଛକ ରାସ୍ତା ନିର୍ମାଣ ହେବାକୁ ଦୀର୍ଘ ଦିନ ହେଲା ପଡିରହିଛି I ଏହାର କାରଣ ହେଉଛି ରାସ୍ତା କଡରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଏବଂ ତା ସହିତ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଦ୍ଵାରା କରାଯାଇଥିବା  ଜବର ଦଖଲ l 
ଗତ ତାରିଖ ୭/୩/୨୦୧୯ ଠାରୁ ଆରମ୍ଭ ହୋଇ ତାରିଖ ୬/୮/୨୦୨୦ ରେ ଶେଷ ହେବାକୁ ଥିବା ଏହି ରାସ୍ତା ର ଅବଧି ଆଜକୁ ପ୍ରାୟ ଚାରି ମାସ ହେଲା ଶେଷ ହୋଇଛି କିନ୍ତୁ ରାସ୍ତା କାର୍ଯ୍ୟ ହୋଇପାରୁନାହିଁ I ୧୨ କିଲୋମିଟର ରାସ୍ତା କାମ କରିବାକୁ ଜିଲ୍ଲା ଖଣିଜ ପାଣ୍ଠି ରୁ ୪୧ କୋଟି ୮୮ ଲକ୍ଷ ୭୮ ହଜାର ୨୧୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି l 
ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଆଜି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ଯାହାକି ଶିଙ୍ଗାଗଡ଼ିଆ ଠାରୁ ଆରମ୍ଭ କରି ଶୋଲେଇ ଓ ଦାନଗଦି ବଜାର ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି I ଦାନଗଦି ତହସିଲଦାର ଙ୍କ ଉପସ୍ଥିତିରେ ପୋଲିସ୍ ସହାୟତା ରେ ଏହି କାର୍ଯ୍ୟ ହେଉଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !