ସୁକିନ୍ଦା ପ୍ରେସ ଫୋରମ ର ବୈଠକ ଓ ବନ୍ଧୁ ମିଳନ l

ଯାଜପୁର (ସୁକିନ୍ଦା):-ସୁକିନ୍ଦା ପ୍ରେସ ଫୋରମର ଏକ ବୈଠକ ୨୩ତାରିଖ ପୂର୍ବାହ୍ନରେ ଫୋରମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିଜ ଜୟ ନାରାୟଣ ମହାପାତ୍ର ଏଥିରେ ଯୋଗଦେଇ ସାମ୍ବାଦିକ ମାନଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ଅବତାରଣା କରିବାସହ ସାମ୍ବାଦିକମାନେ ନିର୍ଭୀକଭାବେ ସତ୍ୟ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ବରିଷ୍ଠ ସାମ୍ବାଦିକ ରବି ନାରାୟଣ କର ଏଥିରେ ଅଧ୍ୟକ୍ଷତା କରି ସାମ୍ବାଦିକ ମାନଙ୍କର ସମ୍ବାଦ ପରିବେଷଣର ଶୈଳୀ ଓ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଆରୋପକରି ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ କଲେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ ବୋଲି କହିଥଲେ l 
ସାମ୍ବାଦିଜ ଦୟାନିଧି ମହାନ୍ତ, ସୁଶାନ୍ତ ମଲ୍ଲିକ, କୃତ୍ତିବାସ ଭଞ୍ଜ ପ୍ରମୁଖ ଉଦବୋଧନ ଦେଇ ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ରକ୍ଷlପାଇଁ କୌଣସି ଚାପ କିମ୍ବା ପ୍ରଲୋଭନର ବଶବର୍ତ୍ତୀ ନହୋଇ ସତ୍ୟ ସମ୍ବାଦ ପରିବେଷଣ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ l ଆବାହକ ଜିଜ୍ଞାଂଶୁ ସାହୁ ପ୍ରାରମ୍ଭିକ ସୂଚନା ଦେଇ ପ୍ରେସ ଫୋରମ ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ଚକ୍ରଧର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ l ଫୋରମର ସଦସ୍ୟ ଅଂଶୁମାନ ବେହୁରା, କୃତ୍ତିବାସ ଭଞ୍ଜ, ଉମାକାନ୍ତ ମହାପାତ୍ର, ସନ୍ତୋଷ କୁମାର ପରିଡା, ହୃଦେଶ ରଞ୍ଜନ ନାୟକ, ସୁଶୀଲ କୁମାର ମହାନ୍ତ, ପପୁ ମଲ୍ଲିକ, ଯଯାତି ପଟ୍ଟନାୟକ, ସିପକ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ) l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !