ସୁକିନ୍ଦା ମହାବିଦ୍ୟାଳୟ ଅଧକ୍ଷଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା l

 ଯାଜପୁର (ସୁକିନ୍ଦା): ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟକ୍ଷ କୃଷ୍ଣ ବଲ୍ଲଭ ଶତପଥି ଅବସର ଗ୍ରହଣ କରିଥିବାରୁ କଲେଜ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏଥିରେ କଲେଜରେ ପୂର୍ବତନ ଅଧ୍ୟକ୍ଷ ଦୋଳଗୋବିନ୍ଦ ବଳ ଦୁର୍ଯ୍ୟୋଧନ ବେହେରା ଓ ରମାକାନ୍ତ ସାହୁ ପୂର୍ବତନ ଅଧ୍ୟାପକ ହେମନ୍ତ ରାଉତ ଦୀନବନ୍ଧୁ ସେଠି ପଦ୍ମନାଭ ରାଉତ ଅତିଥିଭାବେ ମଞ୍ଚାସୀନ ହୋଇ କଲେଜ କଳେବର ବୃଦ୍ଧିରେ ବିଦାୟୀ ଅଧ୍ୟକ୍ଷଙ୍କ ଅବଦାନ ଅତୁଳନୀୟ ବୋଲି ଅବିହିତ କରିଥିଲେ l ପୂର୍ବତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଦେବେନ୍ଦ୍ର ନାଥ ପାଣିଗ୍ରାହୀ ସୁବାଷ ବାରିକ ବନମାଳୀ ନାୟକ ଶରତ ମହାନ୍ତି ଶିବରାମ ନନ୍ଦ ରାମଚନ୍ଦ୍ର ଧୀର ଡ. ପ୍ରସନ୍ନ ମହାପାତ୍ର ଓ ଅଧ୍ୟାପିକା ସୁନନ୍ଦା ମହାପାତ୍ରଙ୍କ ସମେତ କଲେଜ ଅଧ୍ୟାପକ ଅକ୍ଷୟ ନାୟକ ଡ. ଲକ୍ଷ୍ମୀକାନ୍ତ ଦାଶ ରାଜେନ୍ଦ୍ର ନାରାୟଣ ରାଉଳ ହାଡିବନ୍ଧୁ ଦାସ ରତ୍ନାକର ପହି ଅଧ୍ୟାପିକା ଜ୍ୟୋତିର୍ମୟୀ ସାହୁ, ଅଣଶିକ୍ଷକ କର୍ମଚାରୀ ଚିତ୍ତରଞ୍ଜନ ବେଜ ଉଦ୍ଧବ ବେହେରା ପ୍ରମୁଖ ବିଦାୟୀ ଅଧ୍ୟକ୍ଷ ଜଣେ ଉନ୍ନତିମୂଳକ ଚିନ୍ତାଧାରାର ବ୍ୟକ୍ତି ଥିଲେ ବୋଲି ଅବିହିତ କରି କଲେଜର କଳେବର ବୃଦ୍ଧିରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l ବିଦାୟୀ ଅଧ୍ୟକ୍ଷ ଶ୍ରୀ ଶତପଥୀ ସମ୍ବର୍ଦ୍ଧନାର ଉତ୍ତର ଦେଇ କଲେଜ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କର ସ୍ମୃତିଚାରଣ କରିବାସହ ଅଧ୍ୟକ୍ଷ ଦାୟିତ୍ୱରେ ରହିବା ସମୟରେ ସହକର୍ମୀମାନଙ୍କ ସହଯୋଗ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l ଏଥିରେ ଅଧ୍ୟକ୍ଷତା କରି ବରିଷ୍ଠତା ଭିତ୍ତିରେ ନବ ନିଯୁକ୍ତ ଅଧ୍ୟାପକ ଶରତ ନାୟକ ନିଜ ବକ୍ତବ୍ୟରେ କହିଥିଲେ ଅବସର ଗ୍ରହଣ କରିଥିଲେ ମଧ୍ୟ ଶ୍ରୀ ଶତପଥୀ କଲେଜପାଇଁ ଚିର ସ୍ମରଣୀୟ ହୋଇ ରହିବେ l ତାଙ୍କର କାର୍ଯ୍ୟଦକ୍ଷତା ଓ ମହାନୁଭବତା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ l ପୂର୍ବତନ ଅଧ୍ୟାପକ ଦିଲୀପ ମହାନ୍ତି ବନମାଳୀ ନାୟକ ଅଧ୍ୟାପିକା ମିନତୀ ଧୀରଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ ଏହି ସଭାରେ ଉପସ୍ଥିତ ଥିଲେ l କଲେଜ ପକ୍ଷରୁ ବିଦାୟୀ ଅଧ୍ୟକ୍ଷଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା l ଅଧ୍ୟାପକ ଡ.ଦୀପକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l (ସୁକିନ୍ଦା ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 
Farewell meeting of Sukinda College Principal. 
Jajpur (Sukinda): A farewell function was held on the college premises as Sukinda College Principal Krishna Ballabh Shatapathi retired. Former Professor Himanshu Acharya Devendra Nath Panigrahi Subash Barik Banamali Nayak Sarat Mohanty Shivram Nand Ramchandra Dhir Dr. College Professor Akshay Nayak, including Prasanna Mohapatra and Professor Sunanda Mohapatra. Laxmikant Das Rajendra Narayan Raul Hadibandhu Das Ratnakar Pahi Professor Jyotirmoyee Sahu, Non-Teacher Employee Chittaranjan Bej Uddhav Behera The Chief Minister was a man of progressive thinking, noting that his contribution to the growth of the college was ever-changing. He recalled his long-standing relationship and said that the co-operation of his colleagues during the tenure of the president will be forever remembered. There will be a source of inspiration for all l All the faculty members and non-teaching staff of the college, including former professor Dilip Mohanty Banamali Nayak Professor Minati Dhir, were present at the meeting. (Jay Narayan Mohapatra from Sukinda Mohapatra's report)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !