କରୋନା ପରିସ୍ଥିତି କୁ ଦେଖି ଲକ୍ ଡାଉନ୍ ସମୟ ବଢ଼ାଇଲେ ସରକାର I

ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଲେ। ପୁଣି ୧୬ ଦିନ ଲକ୍‌ଡାଉନ ବଢ଼ାଇଲେ ସରକାର। ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର। ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକ୍‌ଡାଉନ୍‌। ସପ୍ତାହାନ୍ତ ଶଟ୍‌ଡାଉନ କଟକଣା ପୂର୍ବଭଳି ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ମେ ୨୨ ତାରିଖରେ ସର୍ବାଧିକ ୧୨,୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ୟାସ୍‌ ପାଇଁ ଟେଷ୍ଟ କମା ଯାଇଥିଲା। ଯାହାଫଳରେ କରୋନା ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ମଧ୍ୟ ସଂକ୍ରମଣ କମିଛି। ଆଜି ରାଜ୍ୟରେ ୯୫୪୧ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଛନ୍ତି। ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ ବୋଲି ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
ସେପଟେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିଛି। ଏହା ଆମ ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି। ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ମଧ୍ୟ ବିପଦ ରହିଛି। ସେଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାକୁ ସିଲ୍ କରାଯାଇଛି ବୋଲି ଏସିଏସ୍‌ କହିଛନ୍ତି। ରାଜ୍ୟର ମୋଟ୍‌ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦% ରହିଛି। ୯ ଜିଲ୍ଲା- ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ ଜିଲ୍ଲା। ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪%ରେ ପହଞ୍ଚିଛି। ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମୁଛି; ୫ ଜିଲ୍ଲାରେ ୫% ତଳେ ରହିଛି।
Seeing the corona situation, Lockdown extended the time government. 
Bhubaneswar(Beuro Report) :- Seeing the corona situation, the state government has again imposed lockdown cuts. The government extended the lockdown by 18 days. The lockdown lasted until 5 a.m. on June 14. This was announced by Chief Secretary Suresh Mohapatra. Lockdown was due to end on the morning of June 1st. The week-long shutdown will continue as before, Mr Mohapatra said.
 On May 22, a maximum of 12,452 coronary heart disease cases were reported. Then the test was reduced for Batya Yasu. As a result, the number of corona positives decreased. However, in the later stages of the test, the infection is reduced. Today, there are 7,541 coronary heart disease cases in the state. "May 22 should be considered a peak for our state," said ACS Pradeep Mohapatra.
 Meanwhile, infections in neighboring Chhattisgarh and Jharkhand have dropped. This is good news for our state. Infections in Chhattisgarh and Jharkhand districts are declining. Andhra Pradesh and West Bengal are at risk, although infections are declining. That is why the Andhra Pradesh and West Bengal borders have been sealed, the ACS7 said. Out of a total of eight districts in the state, 80% are infected. 4 districts - Khordha, Cuttack, Anugul, Sundargarh, Puri, Mayurbhanj, Baleshwar, Bargarh, Puri districts. The positivity reduction in the state has reached 14% to date. Positiveness rates are declining in 14 districts; 5 districts are below 5%.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !