ବ୍ଯାସନଗର ସ୍ବୟଂଶାସିତ ମହାବିଦ୍ଯାଳୟର ନବଗଠିତ ପରିଚାଳନା ପରିଷଦର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି ।

ଯାଜପୁର (ବ୍ଯାସନଗର) ତା୧୯/୬ ବ୍ଯାସନଗର ସ୍ବୟଂଶାସିତ ମହାବିଦ୍ଯାଳୟର ନବଗଠିତ ପରିଚାଳନା ପରିଷଦର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ପରିଚାଳନା ପରିଷଦର ନୂତନ ସଭାପତି ଶ୍ରୀ ପ୍ରଦୀପ କୁମାର ବିଶ୍ବାଳ ଓ ସମସ୍ତ ସଦସ୍ଯମାନଂକୁ ବିଧାୟକ ଅଶୋକ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ବିଦାୟୀ ସଭାପତି ସଂତୋଷ କୁମାର ମିଶ୍ର ଓ ମହାବିଦ୍ଯାଳୟର ଅଧ୍ଯକ୍ଷ ଶିବ ଚରଣ ମାଝୀ ଅଭିନଂଦନ ଜଣାଇଥିଲେ । ଆଲୋଚନା କାଳରେ ମହାବିଦ୍ଯାଳୟର ବିଭିନ୍ନ ସମସ୍ଯା ସଂପର୍କରେ ସବିଶେଷ ଆଲୋଚନା କରାଯାଇ କାର୍ଯ୍ଯପନ୍ଥା ନିର୍ଧାରଣ କରାଯାଇଥିଲା । ମହାବିଦ୍ଯାଳୟ ଉପରେ ଅଚାନକ ମାତ୍ରଧିକ ବିଦ୍ଯୁତ ବିଲ ଦାବିକରି ଏକତରଫା ବିଦ୍ଯୁତଯୋଗାଣ ବନ୍ଦ ନିଷ୍ପତିନେଇ ଉଦବେଗ ପ୍ରକାଶ ପାଇଥିଲା ଏବଂ ଏ ବିଷୟରେ ଉଚ୍ଚ କର୍ତୃପକ୍ଷଂକ ସହ ଯୋଗାଯୋଗ କରାଯିବାକୁ ସ୍ଥିର ହୋଇଥିଲା । ସେହିପରି ମହାବିଦ୍ଯାଳୟର ନ୍ଯାକ ମାନ୍ଯତା ଓ ସ୍ବୟଂଶାସନ ମାନ୍ଯତା ବଜାୟ ରହିବା ପାଇଁ ଯଥାଶିଘ୍ରଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର କରାଗଲା । ଅଧିକନ୍ତୁ ମହାବିଦ୍ଯାଳୟର ନିଜସ୍ବ ଜମିକୁ ମାପଚୁପ କରାଯାଇ ତାର ସୀମାନିର୍ଧାରଣ ସହ ପାଚେରୀ କିମ୍ବା ତାରବାଡ ମାଧ୍ଯମରେ ସୁରକ୍ଷା କରାଯିବାକୁ ନିଷ୍ପତି ନିଷ୍ପତି ନିଆଯାଇଥିଲା ।
The first meeting of the newly formed governing council of the Jajpur (Byasnagar) Autonomous College.
The first meeting of the newly formed governing council of the Jajpur (Byasnagar) Autonomous College of Byasnagar was held yesterday. MLA Ashok Kumar Bal, Additional District Magistrate and Outgoing President Santosh Kumar Mishra and Shiv Charan Majhi, Principal of the College, congratulated the new President of the Governing Council, Shri Pradeep Kumar Bishwal and all the members. During the discussion, various issues of the college were discussed in detail and the course of action was determined. Concerned neo-hippies and their global warming, i'll tell ya. It was also decided that appropriate action would be taken as soon as possible to maintain the high standards of autonomy and autonomy of the college. In addition, it was decided to measure the college's own land and protect it by fencing or fencing.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !