ଏସ୍ ଟି ଏଫ୍ ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପୋଲିସ୍ ଡିଜି ଅଭୟ I

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : ରାଜ୍ୟରେ ଡ୍ରଗ୍ସ କାରବାର ବଢି ଚାଲିଥିବାବେଳେ ଏହାକୁ ରୋକିବାରେ ସଫଳ ହୋଇଛି ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) । ରାଜ୍ୟରେ ନିଶା କାରବାର ରୋକିବାରେ ଏସଟିଏଫ୍‌ର ପ୍ରମୁଖ ଭୂମିକା ଥିବା କହି ଏହାର ପ୍ରଶଂସା କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ଏକ ପ୍ରେସ୍ ମିଟ୍‌ରେ ଡିଜିପି କହିଛନ୍ତି, ଏସ୍‌ଟିଏଫ୍‌କୁ ଆହୁରି ସୁଦୃଢ଼ କରାଯିବ ।

 ରାଜ୍ୟରେ ଡ୍ରଗ୍ସ କାରବାର ରୋକିବାକୁ ଏସଟିଏଫ୍‌ରେ ଏକ ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ଏଥିଲାଗି ଜଣେ ଏସପି, ୩ ଡିଏସପି ସହ ୨୭ଟି ନୂଆ ପଦବୀକୁ ମଞ୍ଜୁରୀ ମିଳିଛି । ଏହା ଡ୍ରଗ୍ସ କାରବାର ରୋକିବାରେ ସହାୟକ ହେବ । ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।

 ରାଜ୍ୟ ପୋଲିସ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ୨୦୨୦ ପରଠାରୁ ରାଜ୍ୟରେ ନିଶା କାରବାର ବିଶେଷ କରି ବ୍ରାଉନ୍ ସୁଗାର କାରବାର ବଢିଚାଲିଛି । ଏହି ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ବୃଦ୍ଧିପାଇଛି । କେବଳ ୨୦୨୦ରେ ୩୫ କିଲୋଗ୍ରାମ ୬୧୬ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିବା ପୋଲିସ କହିଛି । ଏହାସହ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୯ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ଏବଂ ୧୫ଶହ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରାଯାଇଛି ।
Police DG Abhay I praised the STF's work. 

Bhubaneswar(Beuro Report) : The Odisha Police Special Task Force (STF) has succeeded in curbing drug trafficking in the state. Police DG Abhay praised the STF's role in curbing drug trafficking in the state. "The STFF will be further strengthened," the DGP said in a press conference today.

 The STF has approved the establishment of a special narcotics unit in the state to curb drug trafficking. For this purpose, 24 new posts have been approved, including one SP, 3 DSPs. This will help prevent drug trafficking. "Further steps will be taken to curb the drug trade," he said.

 A press release issued by the state police said that drug dealing, especially brown sugar, has been on the rise since 2020 in the state. The police work has also growth. In 2020 alone, 35 kilograms and 618 grams of brown sugar were seized, police said. In addition, more than 4 kg of brown sugar and more than 1,500 quintals of cannabis have been seized so far in 2021. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !