ଏସ୍ ପି ଙ୍କ ନିର୍ଦ୍ଦେଶରେ ଜୋରଦାର୍ ଯାଂଚ l
ଯାଜପୁର : ଆଜି ଯାଜପୁର ଏସ୍ ପି ଙ୍କୁ ନିଦ୍ଦେର୍ଶ ରେ କଳିଙ୍ଗନଗର ପକ୍ଷରୁ ଗାଡ଼ି ଏବଂ ମାକ୍ସ ଯାଂଚ କରାଯାଇଛି l ଏହି ଅବସରରେ କଳିଙ୍ଗନଗର ପୋଲିସ୍ ପକ୍ଷରୁ ଅମାନିଆ ଙ୍କୁ ସାବାଡ କରିବାକୁ ପ୍ରୟାସ କରିଛନ୍ତି ଓ ମୋଟା ଅଙ୍କର ଜୋରିମାନା ଆଦାୟ ହୋଇଛି l ଏହି ମାକ୍ସ ଓ ମୋଟରଯାନ ଯାଂଚ ବେଳେ ଯଥାକ୍ରମେ ୪୦୦୦ ଟଙ୍କା ଓ ୨୧୦୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି l କରୋନା ନିୟମ ଅନୁସାରେ ଏହି ଯାଂଚ ଅଭିଯାନ କୁ ସାଧାରଣରେ ପ୍ରସଂଶା କରାଯାଇଛି I କାଲି ଠାରୁ ସାରା ଜିଲ୍ଲା ରେ କଡାକଡି ଭାବେ ମାକ୍ସ ଓ ମୋଟରଯାନ ଯାଂଚ ପକ୍ରିୟା ଚାଲୁ ରହିବ ବୋଲି ଯାଜପୁର ଜିଲ୍ଲା ଏସ୍ ପି ଙ୍କ ପକ୍ଷରୁ ସୂଚନା ଦିଆଯାଇଛି l ଜନସାଧାରଣ କୋଭିଡ଼ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ନଚେତ୍ ଅନ୍ୟଥା ଜୋରିମାନା ଦେବାକୁ ପଡିବ l ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ I
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.