ନଦୀରେ ଗାଧୋଇବାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ, ଥାନାରେ ଏତଲା l

ଯାଜପୁର : ବଡ଼ଚଣା ବ୍ଲକ ଚାରିନଗଲ ପଞ୍ଚାୟତରେ ନଦୀ ରେ ଗାଧୋଇବାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା l ଉଭୟଙ୍କ ପକ୍ଷରୁ ତିନୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବାଲିଚନ୍ଦ୍ରପୁର ପୋଲିସ I ହିନ୍ଦୁ ସମ୍ପ୍ରଦାୟର ଦୁଇ ଜଣକୁ ଗିରଫ କରିଛି ପୋଲିସ, ହେଲେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ କୌଣସି ବ୍ୟକ୍ତି ଙ୍କୁ ଗିରଫ କରି ନଥିବାରୁ ପୋଲିସ୍ ର ଏହିପରି କାର୍ଯ୍ୟକୁ ସମାଲୋଚନା କରିଛନ୍ତି ପ୍ରତିପକ୍ଷ l ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି l ଯାଜପୁର ଏସ୍.ଡି.ପି.ଓ. ଘଟଣା ସ୍ଥଳରେ ପହଞ୍ଚି ଶାନ୍ତି କମିଟି ଗଠନ କରି ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି l ବାଲିଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ଡେରାପକାଇଛି I ଘଟଣାରୁ ପ୍ରକାଶ ଯେ ଗତ ୨୪ ତାରିଖ ଦିନ ହିନ୍ଦୁ ସମ୍ପ୍ରଦାୟର କିଛି ମହିଳା ନଦୀରେ ଗାଧୋଉଥିବା ବେଳେ ମୁସଲମାନ ସମ୍ପ୍ରଦାୟର କିଛି ଯୁବକ ମଦପିଇ ଆସି ଏମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅଶ୍ଳୀଳ ଭାଷା କହିଥିଲେ ବୋଲି ଅଭିଯୋଗ ହୋଇଛି l ଏହାକୁ ଉକ୍ତ ଗ୍ରାମର ଦୁଇଜଣ ଯୁବକ ବିରୋଧ କରିଥିଲେ l ଏହାର ପ୍ରତିଶୋଧ ପରାୟଣ ହୋଇ ମୁସଲମାନ ସମ୍ପ୍ରଦାୟର ଏକାଧିକ ଯୁବକ ଏକତ୍ରୀତ ହୋଇ ବିରୋଧ କରିଥିବା ଯୁବକଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ l ଏହି ଘଟଣାରେ ଉଭୟ ପକ୍ଷରୁ ବାଲିଚନ୍ଦ୍ରପୁର ଥାନା ରେ ଏତଲା ଦେଇଥିଲେ କିନ୍ତୁ ପୋଲିସ୍ ପକ୍ଷପାତିତା କରି ହିନ୍ଦୁ ସମ୍ପ୍ରଦାୟର ଦୁଇଜଣଙ୍କୁ ଗିରଫ କରିଥିଲା କିନ୍ତୁ ମୁସଲମାନ ସମ୍ପ୍ରଦାୟର କାହାରିକୁ ଗିରଫ କରିନଥିବା, ପୋଲିସ୍ ର ପକ୍ଷପାତିତା କୁ ପାଦରେ ପକାଇଛି l ପୋଲିସ୍ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଜୋର ଧରିଛି l
Riots broke out between the two communities over bathing in the river, police said. 
Jajpur: A clash broke out between two communities over river bathing in Charingal panchayat in Badchana block. Criticized by the opposition l which has created a tense situation l Jajpur SDPO. Balichandrapur police have arrived at the spot and started efforts to resolve the situation. Balichandrapur police have arrived at the spot. l It was opposed by two youths from the village l In retaliation, several youths of the Muslim community rallied and attacked the house of the protesting youth and attacked and killed him. The Muslim Brotherhood, which has not arrested anyone in the Muslim community, has stepped up its impartiality.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !