ବାଘ ଛାଲ ଜବଦ କରିବା ସହ ଶିକାରୀ ଗିରଫ l

କଣ୍ଟାମାଳ(ବ୍ୟୁରୋ ରିପୋର୍ଟ) : - ବୌଦ୍ଧ ବନଖଣ୍ଡ ମନମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କପାସିରା ଗ୍ରାମ ନିକଟରୁ ଆଜି ଷ୍ଟେଟ୍‍ ଟାସ୍କ ଫୋର୍ସ ଟିମ୍‍ର ଚଢାଉରେ ଏକ ବାଘ ଛାଲ, ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇ ଥିବା ଜଣାଯାଇଛି। ବାଘ ଛାଲର ମୂଖ୍ୟ ଅଭିଯୁକ୍ତକୁ ମଧ୍ୟ ଟାସ୍କ ଫୋର୍ସ ଟିମ ଗିରଫ କରିଥିବା ଜଣା ପଡିଛି। ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଭୂବରେଶ୍ୱରରୁ ଏସ୍‍ଟିଏଫ୍‍ର ସ୍ୱତନ୍ତ୍ର ଟିମ୍‍ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବାଘ ଛାଲ ବିକ୍ରି ପାଇଁ ଡିଲ୍‍ ଚାଲିଥିବା ବେଳେ ଅତର୍କୀତ ଚଢାଉ କରି ବାଘ ଛାଲ ସହ ଶୀକାରୀ ହର ରଣାକୁ କାବୁ କରି ନେଇଥିଲେ।
ଜବତ ବାଘ ଛାଲର ଫରେନସିକ ଯାଞ୍ଚପାଇଁ ଡେରାଡୁନ୍‍ ପରୀକ୍ଷାଗାରକୁ ପଠାଯିବ ବୋଲି ସୂଚନା ମିଳିଛି। ସବିଶେଷ ତଥ୍ୟ ପାଇଁ ଏସ୍‍ଟିଏଫ୍‍ ଟିମ୍‍ ଦ୍ୱାରା ଗିରଫ ଶିକାରୀ ହର ରଣାକୁ ପଚରା ଉଚୁରା କରିବା ପାଇଁ ଅନ୍ୟତ୍ର ନେଇ ଯାଇଥିବା ଜଣାଯାଇଛି। ପ୍ରକାଶ ଥାଉକି କିଛି ଦିନ ତଳେ ମଧ୍ୟ ଏସ୍‍ଟିଏଫ୍‍ ଦ୍ୱାରା ଆଉ ଏକ ବାଘ ଛାଲ ବିକ୍ରୀ କରିବା ସମୟରେ ମନମୁଣ୍ଡା ପାଖରୁ ହିଁ ଜବତ କରାଯାଇଥିଲା।
The hunter was arrested along with tiger skins. 
KANTAMAL(Beuro Report) : - A tiger skin, a gun and live ammunition were reportedly seized in a raid by the State Task Force Team7 today near Kapasira village under Manamunda forest in the Buddhist forest. The main accused in the tiger skin was also arrested by the task force team. According to sources, a special team of STF4 from Bhubaneswar had earlier raided the deal to sell tiger skins and seized the hunter Har Rana with tiger skins.
 It is learned that the tiger skin will be sent to the Dehradun laboratory for forensic examination. Har Rana, a hunter arrested by the STF4 team for details, was reportedly taken elsewhere for questioning. It was revealed that a few days later, another tiger skin was confiscated from Manamunda by the STF4.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !