ଅଗଷ୍ଟ ମାସ ର ଗାଇଡଲାଇନ୍ ସଂପର୍କରେ SRC ଙ୍କ ଘୋଷଣା I

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ଧିରେ ଧିରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା। ଏଥିପାଇଁ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ତେବେ କେବଳ ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ।
ଏନେଇ ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ SRC ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,ଅଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି। କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ କେସ୍ ରହିଛି। ହେଲେ ଉଦବେଗଜନକ ନୁହେଁ। ଜୀବନ-ଜୀବିକା ସମନ୍ୱୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି। ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି। ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା SRC କହିଛନ୍ତି। ଅଗଷ୍ଟ ଗାଇଡଲାଇନ୍ ନେଇ SRC କହିଛନ୍ତି ଯେ, ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା। ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ। ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ।
ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ। ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା। ପ୍ରଦର୍ଶନୀ, ବାଣିଜ୍ୟକ ମେଳା ମହୋତ୍ସବ ମଧ୍ୟ ବାରଣ କରାଯାଇଛି। ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ। ଗାଇଡଲାଇନ ମାନିବେ ପର୍ଯ୍ୟଟକ। ସମସ୍ତ ମଲ୍ ଖୋଲିବ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍।
ସେହିପରି ରାଜ୍ୟ ଭିତରେ ବସ୍ ଚାଲୁ ରହିବ। ସିଟିଂ କାପାସିଟିରେ ଯାତ୍ରୀ ଯାତାୟତ କରିବେ। ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ। ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ। ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ। ନନ୍ଦନକାନନ, ଇଣ୍ଡୋର, ୱାର୍ଟର ପାର୍କ ଆଦି ଖୋଲାଯାଇ ପାରିବ।
SRC's announcement of the August guidelines. 
Bhubaneswar: Odisha is slowly moving towards Unlock. To this end, shops and markets across the state will remain open until 8 p.m. A night curfew will be in place from 8pm to 6am. Only in Bhubaneswar, Cuttack and Puri will the week-long shutdown continue as before.
 The SRC has announced the August guidelines. "Infection rates are negligible in 27 districts in the state," he said. Cuttack, Khordha, Puri have a few more cases. But not worrying. Slowly unlocking for life-sustaining coordination. More than 1.5 crore people have been vaccinated in the state. Infections in the state have largely come under control, the SRC said. Regarding the August guidelines, the SRC said a night curfew would be imposed every day from 8pm to 6am. The week-long shutdown will continue in Bhubaneswar, Cuttack and Puri. Shops and markets across the state are open until 8 p.m. Restaurants, bars can open with a capacity of 50%. Cinema halls can open with 50% of audience capacity.
 Vaccination certificates are required for adults visiting the hall and mall. All religious, political, and social gatherings are prohibited. Exhibitions, trade fairs and festivals are also banned. The beach and the park will be open. Tourists will follow the guidelines. The Special Relief Commission said all malls would be opened. The mall can be opened with a limited number of customers.
 Similarly, buses will continue to operate within the state. Passengers will be able to travel in seating capacity. District governors can decide to open a religious seat. The Shrimandir, Srilingaraja administration itself will take such a decision. Previous cuts to marriage and purification will continue. Nandankanan, Indoor, Water Park etc. can be opened.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !