ରାଜ୍ଯ ର କରୋନା ଗ୍ରାଫ୍ ର ତଥ୍ଯ ଉପରେ ନଜର ପକାନ୍ତୁ l

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ରାଜ୍ୟରେ କରୋନା ସଂକ୍ରମଣ ଏବେ ହଜାରେ ତଳେ ରହୁଥିବା ବେଳେ ପିଲାଙ୍କ ସଂକ୍ରମଣ ବଢ଼ାଉଛି ଚିନ୍ତା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୧୦୬ ଜଣ ପିଲା ଥିବା ବେଳେ ସେମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ ରହିଛି। ଗତ କିଛି ଦିନ ଧରି ଦୈନିକ ଶହେରୁ ଊର୍ଦ୍ଧ୍ୱ ପିଲା କରୋନା ଦ୍ୱାରା କବଳିତ ହେଉଛନ୍ତି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ୮୧୬ ସଂକ୍ରମିତଙ୍କ ମଧ୍ୟରୁ ୪୭୫ ଜଣ କ୍ବାରେଣ୍ଟାଇନ୍‌ରେ ଥିଲେ। ବାକି ୩୪୧ଟି ଲୋକାଲ କେସ୍ । ଏହାବାଦ ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଖୋର୍ଦ୍ଧାରୁ ସର୍ବାଧିକ ୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧୩ , ବାଲେଶ୍ୱରରୁ ୪୬, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୩, କଟକରୁ ୧୧୬, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୯ ଓ ଗଂଜାମରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ଜଗତସିଂହପୁରରୁ ୩୪ ଜଣ, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୧,କଳାହାଣ୍ଡିରୁ ୪, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୧୬, , କୋରାପୁଟରୁ ୫, ମାଲକାନଗିରିରୁ ୪, ମୟୂରଭଂଜରୁ ୨୭, ନୟାଗଡ଼ରୁ ୧୨, ନୂଆପଡ଼ାରୁ ୧, ପୁରୀରୁ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୬ ଓ ଷ୍ଟେଟପୁଲରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫କୁ ବୃଦ୍ଧି ପାଇଛି।
ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତକଙ୍କ ମଧ୍ୟରେ କଟକରୁ ୩୮, ଜଗତସିଂହପୁରରୁ ୯, ଢେଙ୍କାନାଳରୁ ୬ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାବାଦ ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଂଜରୁ ୩ ଲେଖାଏଁ, ଅନୁଗୁଳ ଓ ନବରଂଗପୁରରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଭଦ୍ରକ, କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୬୯୭କୁ ବୃଦ୍ଧି ପାଇଛି l
Take a look at the state's corona graph data. 
Bhubaneswar(Beuro Report) : - While the number of coronary infections in the state is now below a thousand, worries are growing among children. In the last 24 hour 816 cases of infection have been identified in the state. Of these, only 106 were children, ranging in age from zero to 18 years. For the past few days, more than a hundred children have been abused by Karona.
 In the last 24 hours, 475 of the 816 infected in the state were in quarantine. The remaining 341 local cases. The death toll has risen to four more in the state, according to the health department.
 The highest number of 291 cases were reported from Khordha, 13 from Anugol, 46 from Baleshwar, 13 from Bargarh, 9 from Bhadrak, 3 from Balangir, 116 from Cuttack, 13 from Devgarh, 19 from Dhenkanal and 9 from Ganjam.
 There are 34 people from Jagatsinghpur, 31 from Jajpur, 1 from Jharsuguda, 4 from Kalahandi, 3 from Kandhamal, 29 from Kendrapara, 16 from Kendujhar, 5 from Koraput, 4 from Malkangiri, 27 from Mayurbhanj, 12 from Nayagarh, 18 from Sambalpur, 16 from Sundaragarh ,  1 from Nuapara. A total of 62 cases have been reported in the state. The total number of victims in the state has risen to 10,4875.
 The death toll in the state has risen to 69, with 38 from Cuttack, 9 from Jagatsinghpur and 6 from Dhenkanal. Three deaths were reported from Jajpur, Kendrapara, Mayurbhanj and two from Anugul and Nabarangpur. Similarly, one Lekhaye victim from Bhadrak, Kendujhar, Puri died. The number of coronary deaths in the state has risen to 7,697.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !