ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେ ସୁକିନ୍ଦା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ l

 ଯାଜପୁର (ସୁକିନ୍ଦା):- ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମ ନିବାସୀ ବର୍ଷୀୟାନ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ) ଦୀର୍ଘ ୭୫ବର୍ଷଧରି ବିନା ପାରିଶ୍ରମିକରେ କୋମଳମତି ଶିଶୁମାନଙ୍କୁ ଶିକ୍ଷାଦାନ କରି ଆସୁଛନ୍ତି l ଏବେବି ୧୦୪ବର୍ଷ ବୟସରେ ସେ ଶିକ୍ଷାଦାନରୁ ନିବୃତ୍ତ ହୋଇନାହାନ୍ତି l 
ତାଙ୍କର ଏହି ସାଧନାକୁ ସ୍ୱୀକୃତି ପ୍ରଦାନକରି କେନ୍ଦ୍ର ସରକାର ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି l ତାଙ୍କର ଏହି ସ୍ମରଣୀୟ ଅବଦାନ ନିମନ୍ତେ ସୁକିନ୍ଦାର ସତ୍ତାର ସ୍ମୃତି ସଂସଦ, ସତ୍ତାର ବ୍ୟାଡ଼ମିଣ୍ଟନ କ୍ଲବ, ସତ୍ତାର କ୍ରିକେଟ କ୍ଲବ ଓ କଳିଙ୍ଗନଗର ଲlୟନ୍ସ କ୍ଲବ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l 

ସ୍ମୃତି ସଂସଦ ପକ୍ଷରୁ ଅଧ୍ୟକ୍ଷ ଯୁବ ସମାଜସେବୀ ଡ. ମଞ୍ଜୁର ଅଲ୍ଲୀ, ସଦସ୍ୟ ସାମ୍ବାଦିକ ଦୟାନିଧି ନାୟକ, ସାମ୍ବାଦିକ ପ୍ରିୟନାଥ କର, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ଶିକ୍ଷାବିତ ମନୋରଞ୍ଜନ ଦାସ, ବ୍ୟାଡ଼ମିଣ୍ଟନ କ୍ଲବ ପକ୍ଷରୁ ସୂର୍ଯ୍ୟକାନ୍ତ ପlତ୍ର, ଜୁଲଫିକର ଅଲ୍ଲୀ, ଶିବ ପ୍ରସାଦ ସିଂସାମନ୍ତ, କ୍ରିକେଟ କ୍ଲବ ପକ୍ଷରୁ ଅନ୍ତର୍ଯ୍ୟାମୀ ଦ୍ବିବେଦୀ, ଅକ୍ଷୟ କୁମାର ବେହେରା, ଯଶୋବନ୍ତ ସାବତ,
 କାର୍ତ୍ତିକଲାଲ ଭଟ୍ଟାଚାର୍ଯ୍ୟ, ସେକ ଲତିଫ, ଲlୟନ୍ସ କ୍ଲବ ପକ୍ଷରୁ ଚିତ୍ତରଞ୍ଜନ (ଅଶୋକ)ସ୍ୱାଇଁ, ସଫିକ ଖାନ, ସନ୍ଦୀପ ଜେନା, ଦେବେନ୍ଦ୍ର ଜେନା ପ୍ରମୁଖ ବୁଧବାର ଅପରାହ୍ନରେ ନନ୍ଦ ମାଷ୍ଟ୍ରେଙ୍କ କାନ୍ତିରା ଗ୍ରାମସ୍ଥ ଚାଟଶାଳୀରେ ପହଞ୍ଚି ତାଙ୍କୁ ଉତ୍ତରୀ, ସ୍ମୃତି ଫଳକ (ମୋମେଂଟୋ),ଫୁଲ ତୋଡ଼ା ପ୍ରଦାନକରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ l ନନ୍ଦମାଷ୍ଟ୍ରେ ଶୁଭେଛୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l(ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !