ଅନାସ୍ଥା ରେ ହାରିଲେ ହିନ୍ଦୋଳ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ରୀନା ବେହେରା l

ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ରେ ଦୀର୍ଘ ଦଶମସ ଧରି ଚାଲିଥିବା ଅନାସ୍ଥା ଫଳାଫଳର ଆଜି ପୂର୍ଣ୍ଣଛେଦ ପଡ଼ିଛ I ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ରୀନା ବେହେରାଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ୧୨ଜଣ ଦଳୀୟ କାଉଁସିଲର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିଲେ l ମାତ୍ର ଏନ ଏ ସି ଅଧ୍ୟକ୍ଷା ମାନ୍ୟବର ହାଇକୋର୍ଟରେ ଏକ କେଶ ରଜ୍ଜୁ କରି ଅନାସ୍ଥା ଭୋଟ ଉପରେ ଷ୍ଟେ ଅଡର ଆଣିଥିଲେ I ଫଳରେ ଅନାସ୍ଥା ଭୋଟ ହୋଇଥିଲେ ମଧ୍ୟ୍ୟ ଫଳାଫଳ ଘୋଷଣା ହୋଇପରିନଥିଲା I
                  ଅଧ୍ୟକ୍ଷା ଙ୍କ ଫାଇଲ ଫୋଟ 
 ମାତ୍ର ଗତ  ୮ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ  ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଚାଲିଥିବା ଅନାସ୍ଥା ମାମଲାର ବିଚାର କରି ଏହି ମଧ୍ୟ୍ୟବର୍ତ୍ତୀକାଳୀନ ରହିତାଦେଶକୁ ଉଠାଇ ଦେଇଥିଲେ I ଫଳରେ ଫଳାଫଳ ଘୋଷଣାର ବାଟ ଫିଟିଯାଇଥିଲା, ଉକ୍ତ ନିର୍ଦେଶନାମା ବଳରେ ହିନ୍ଦୋଳ ତହସିଲ କାାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟନାଥ ମହାପାତ୍ରଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା l  ପରିଶେଷରେ ୧୬ଟିଭୋଟରୁ ବାର ୧୨-୦ ରେ ଅଧ୍ୟକ୍ଷା ପରାଜିତ ହୋଇଥିଲେ ଅନ୍ୟ ଚାରିଜଣ କାଉଁସିଲେର ଭୋଟ ଦେଇନଥିଲେେ l ପ୍ରକାଶ ଥାଉକି ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ସର୍ବଦା ତୁତୁ ମେମେ ଖେଳ ହିନ୍ଦୋଳକୁ ଅପମାନିତ କରିଚାଲିଛି lହିନ୍ଦୋଳ ଏନ ଏ ସି ଆରମ୍ଭ ହେବା ପରେ ପ୍ରଥମ ପାଳି ଅନାସ୍ଥା ହୋଇଥିବା ବେଳେ ଏଥର ମଧ୍ୟ ଅନାସ୍ଥା ନିର୍ବାଚନ ହୋଇଥିଲା l ସମୟ କହିବ ଏହି ଅନାସ୍ଥା ରୂପକ କଳବାଦଲ କେବେ ହିନ୍ଦୋଳ ଏନ ଏ ସି ଉପରୁ ହଟିବ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !