ଜମି ବିବାଦକୁ ନେଇ ପରିବାର ମଧ୍ୟରେ କଳହ,ପୁତୁରାର ଧାରୁଆ ଦା' ଚୋଟରେ ଦାଦା ଆହତ ।

ଯାଜପୁର: - ସୁକିନ୍ଦା ଥାନା ଅନ୍ତର୍ଗତ ଗନ୍ଧାପାଳ ଗ୍ରାମରେ ପୁତୁରାର ଧାରୁଆ ଦା' ଚୋଟରେ ଦାଦା ଆହତ ଘଟଣାରେ ସୁକିନ୍ଦା ଥାନାର ଦ୍ୱାରସ୍ଥ ହେଲେ ଦାଦା । ସୂଚନା ମୁତାବକ ଶୁକ୍ରବାର ଦିବା ୯ ଘଟିକା ସମୟରେ ଗନ୍ଧାପାଳ ଗ୍ରାମର ରଘୁନାଥ ବେହେରା ଗ୍ରାମ ପାଖ ନିଜ ବିଲକୁ ପାଣି ବନ୍ଧେଇବା ପାଇଁ ଯାଇଥିବା ବେଳେ ବିଲରେ ପାଣି ମଡେଇବାକୁ ନେଇ ରଘୁନାଥଙ୍କର ନିଜ ପୁତୁରା ପୂର୍ଣଚନ୍ଦ୍ର ବେହେରାଙ୍କ ସହିତ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା l  ପୂର୍ଣ୍ଣଚନ୍ଦ୍ର ରାଗର ବଶବର୍ତ୍ତୀ ହୋଇ ରଘୁନାଥ ବେହେରା ଙ୍କୁ  ଧାରୁଆ ଦା'ରେ ଆକ୍ରମଣ କରିଥିଲେ l ବୃଦ୍ଧ ରଘୁନାଥଙ୍କୁ ତାଙ୍କ ପରିବାର ଲୋକେ  ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l  ରଘୁନାଥ ବେହେରାଙ୍କ ତରଫରୁ ଆକ୍ରମଣ କାରି ପୁତୁରା ପୂର୍ଣ୍ଣଚନ୍ଦ୍ରଙ୍କ ବିରୋଧରେ ସୁକିନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି l ଏହି  ଅଭିଯୋଗକୁ ଭିତ୍ତିକରି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !