ଭିଜିଲାନ୍ସ ଜାଲରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା ।

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ଭିଜିଲାନ୍ସ ଜାଲରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା । ରେଡ୍ ବେଳେ ଠାବ ହେଲାଣି କୋଟିକୋଟି ଟଙ୍କାର ସମ୍ପତ୍ତି । ଡୁମଡୁମାରେ ୨୫୦ଏକର ଜମିରେ ତିଆରି ହୋଇଛି ଫର୍ଣ୍ଣିଚର । ୨୦୧୯ରେ ଜମିର ମୂଲ୍ୟ ୧କୋଟି ୪୭ ଲକ୍ଷ ୬୦ ହଜାର । ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ  ୫ଟି ଘରେ ଏକକାଳୀନ ରେଡ୍ କରୁଛି ୫ଟି ଭିଜିଲାନ୍ସ ଟିମ୍ ।
ମିଳିଥିବା ସୂଚନାନୁସାରେ, କଳ୍ପନା ଛକରେ ଥିବା ସରକାରୀ କ୍ବାର୍ଟର, ଡୁମଡୁମାସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥବିହାରସ୍ଥିତ ଫର୍ଣ୍ଣିଚର ୱାର୍କସର୍, ପାତ୍ରପଡା ସ୍ଥିତ ସାଉଥସିଟି ବାର୍, ଖୋର୍ଦ୍ଧା ନୂଆପଡାସ୍ଥିତ ପୈତୃକ ଦୁଇ ମହଲା ବାସଭବନରେ ରେଡ୍ ଚାଲିଛି। ଚଢାଉରେ ୫ଟି ଟିମ୍‌ରେ ୨ ଜଣ ଡିଏସ୍‌ପି, ୬ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି। ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !