ଯାଜପୁର, କୋରାଇ ବ୍ଲକରେ ପାରମ୍ପରିକ ଦଶହରା ପର୍ବ ପାଳିତ ହୋଇଯାଇଛି l

ଯାଜପୁର :- ସାରା ଦେଶରେ ଦଶହରା ପର୍ବ ଫିକା ହୋଇ ଯାଇଛି, ଏବଂ ପରମ୍ପରାର କୁ ବଜାଇ ରଖି ଯଥା ବିଧି ଅନୁସାରେ ସରକାରଙ୍କ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କୋରେଇ ବ୍ଲକ ଅନ୍ତର୍ଗତ କରଦା ସାହୁସାହିର ଦୀର୍ଘ ଶହଶହ ବର୍ଷର ପରମ୍ପରାକୁ ପାଥେୟ କରି ଆଜି ଗ୍ରାମବାସୀ ମାନଙ୍କ ଦ୍ୱାରା ଦଶହରା ବଳଦ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
 ଏହି ପର୍ବରେ ଗ୍ରାମର ଆବାଳ ବୃଦ୍ଧ ବନିତା ଯୋଗଦେଇ ବାଦ୍ୟ, କୀର୍ତ୍ତନର ତାଳେ ତାଳେ ବଳଦ ମାନଙ୍କୁ ସୁସଜ୍ଜିତ କରି ସ୍ଥାନୀୟ ରାଧାକୃଷ୍ଣ ମଠ ନିକଟକୁ ଆଣିଥିଲେ। ଏଠାରେ ପୂଜ୍ୟପୂଜାର ପରମ୍ପରା ଅନୁସାରେ ଗୋମତାଙ୍କୁ ପୂଜା କରାଯାଇ ଖାଦ୍ୟ ଅର୍ପଣ କରାଯାଇ ବଳଦ ଦୌଡ଼ର ଆୟୋଜନ କରାଯାଇଥିଲା। 
ଏହି ଉତ୍ସବରେ ଗ୍ରାମର ମୁରବୀ ଅଭିରାମ ସାହୁ, ଚନ୍ଦ୍ରମଣି ସାହୁ, କାର୍ତିକ ସାହୁ, ନିରଞ୍ଜନ ସାହୁ, କୀର୍ତିଚନ୍ଦ୍ର ସାହୁ, ସଦାନନ୍ଦ ସାହୁ, କୁନା ସାହୁ, ଅଭିମନ୍ୟୁ ସାହୁ, ଅନନ୍ତ ସାହୁ, ଦୁର୍ୟୋଧନ ସାହୁ, ବିଷ୍ଣୁ ସାହୁ, ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା କରିଥିଲେ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !