ପ୍ରତିଷ୍ଠା ଦିବସ ପାଳନ ଅବସରରେ ଇମ୍ଫା ପକ୍ଷରୁ ରକ୍ତଦାନ ଶିବିର l

 ଯାଜପୁର(କାଳିଆପାଣି):- ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୁକିନ୍ଦା କ୍ରୋମାଇଟ ଖଣିଠାରେ ଗତ ୨୩ତାରିଖ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହାର ଦ୍ଵିତୀୟ ଦିନ ୨୪ତାରିଖରେ ମହାଗିରି ଏନକ୍ଳେଭଠାରେ ଜିଲା ରେଡ଼କ୍ରସ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରେ ୬୨ଜଣ କର୍ମଚାରୀ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ l
 ଇମ୍ଫା ଖଣି ଉପସଭାପତି ସୁଧାଂଶୁ ପାଟନୀ ଶିବିରକୁ ଉଦଘାଟନ କରି ରକ୍ତଦାନ ଏକ ମହତଦାନ ବୋଲି ଉଲ୍ଲେଖକରି ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇଥିଲେ l ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, କାର୍ମିକ ମୁଖ୍ୟ ଗିରିଶ ପଟନାୟକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସlହିଁତ କରିଥିଲେ l (କାଳିଆପାଣିରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !