ବୃଦ୍ଧା ଙ୍କୁ ମିଳୁନାହିଁ ସରକାରୀ ସୁବିଧା, ପ୍ରଶାସନ ନୀରବ!

 


ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ଆସନ୍ତୁ ଦେଖିବା ପାଟଣାଗଡ଼ ପ୍ରଶାସନର ବିକାଶର ନଗ୍ନ ଚିତ୍ର ।ବିକାଶର ଦ୍ୱାହିଦେଇ ଆଖିରେ ଅନ୍ଧପୁଟୁଲି ବାନ୍ଧି ସୋଇଲେ କେମିତି ଦେଖାଯିବ ଅସଲ ବିକାଶ ଚିତ୍ର । କେବଳ କଳା ଓ ସଂସ୍କୃତିକୁ ବଞ୍ଚେଇ ରଖିଲେ କଣ ବିକାଶ ହେବ? ଏହି ପ୍ରଶ୍ନ ଉଙ୍କି ମାରୁଛି ଜନସାଧାରଣ ଙ୍କ ମନରେ...   I ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ର ତୁଳସୀଡୁଙ୍ଗରି ଗ୍ରାମର ବୃଦ୍ଧା ପ୍ରତିମା ଧରୁଆଙ୍କ ଦୁଃଖର କାହାଣୀ ଦେଖିଲେ ଆଖିରେ ଜଳ ଜଳ ହୋଇ ଦେଖାଯାଉଛି ବିକାଶର ଅସଲ ଚିତ୍ର ।

 ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ଝାଟିମାଟି ଘରେ ନିଜର ଜୀବନ ବିତାଉଛନ୍ତି ନା ଖାଇବାକୁ ଚାଉଳ ଅଛି ନା ଶୀତବସ୍ତ୍ର । ସରକାରୀ ସହାୟତା କହିବେ କେବଳ ଭତ୍ତା ୭୦୦ ଟଙ୍କା । ଅତି ଦୁଃଖର ବିଷୟ ସରକାରୀ ଚାଉଳ ମଧ୍ୟ ପାଉନାହାନ୍ତି ସେ । ଜଣେ ଗରିବ ଜଙ୍ଗଲ ମଧରେ ଦୁଖଃ ରେ ରହୁଥିବା କଥା ଶୀତତାପ ନିୟନ୍ତ୍ରିତ ଘରେ ରହୁଥିବା ପ୍ରଶାସନ କେମିତି ବା ଜାଣିବ । ଆଗାମୀ ଦିନରେ ମାଙ୍କ ସାହାଯ୍ୟ କେବେ କରିବ ପ୍ରଶାସନ ଦେଖିବାକୁ ବାକି ରହିଲା l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !