ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।


ପାଟଣାଗଡ଼(ବ୍ୟୁରୋ ରିପୋର୍ଟ) :-ମାଳକାନଗିରି ଜିଲ୍ଲା ର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ଖବର ପରିବେଷଣ କରି ସରକାରଙ୍କ ବ୍ୟବସ୍ଥା କୁ ଅବହେଳା କରୁଥିବା ଡାକ୍ତର ମାନଙ୍କ ପ୍ରକୃତ ଚେହେରା ର  ପର୍ଦ୍ଦାଫାସ l କେତେ ଅସାଧୁ   ଡାକ୍ତରମାନଙ୍କ ପାଇଁ ଉଭୟ ଡାକ୍ତର ସମାଜ ଓ  ସ୍ୱାସ୍ଥ୍ୟ ସରକାରୀ ସେବା ରେ କଳଙ୍କିତ ହେଉଛନ୍ତି l ଏହି ତଥ୍ୟ କୁ ଲୋକଲୋଚନ ରେ ଆଣିବା ପାଇଁ କାର୍ଯ୍ୟରତ ସାମ୍ବାଦିକ କୁ ଟାର୍ଗେଟ କରି ନିଜ ଦୋଷ ଲୁଚାଇବା ପାଇଁ ସାମ୍ବାଦିକ ନାଁରେ ମିଥ୍ୟା ଏତଲା ଉପରେ ପୋଲିସ କୌଣସି ପ୍ରକାର ତଦନ୍ତ ନ କରି ଅଧ ରାତି ରେ ଗିରଫ କରି କୋୖର୍ଟ ଚାଲାଣ କରିବା ଘଟଣା କୁ ପ୍ରେସ କ୍ଲବ ତୀବ୍ର ନିନ୍ଦା କରିଛିି l 
 ସତ୍ୟ ଖବର ପ୍ରସାରଣ କରିଥିବା କେରୁଆକୁଣ୍ଡା ବ୍ଳକ ରେ ୫ ଜଣ କାର୍ଯ୍ୟରତ ସାମ୍ବାଦିକ କୁ ଗିରଫ କରି କୋୖର୍ଟ ଚାଲାଣ ଘଟଣା ରେ ରାଜ୍ୟ ର ସାମ୍ବାଦିକ ଜଗତ ମର୍ମାହତ l ଗଣମାଧ୍ୟମ ପ୍ରତିନିଧି ସମାଜ ର ଦର୍ପଣ, ନିଜ ଦାଇତ୍ୱ ନିର୍ବାହନ କରୁଥିବା ସାମ୍ବାଦିକ କୁ କୋର୍ଟ ଚାଲାଣ ଘଟଣା କୁ ତୀବ୍ର ନିନ୍ଦା କରିଛି l  ନ୍ୟୁଜ ସେଭନ ଜଳେଶ୍ୱର ପ୍ରତିନିଧି କୁ ମଧ୍ୟ ମିଥ୍ୟା ମୁକଦମା ରୁଜୁ କରି ଜେଲ କୁ ପଠାଇଥିଲା ପୋଲିସ l ପୋଲିସ ର ଦମନ ନୀତି କୁ ବିରୋଧ କରି ସାମ୍ବାଦିକ ମାନଙ୍କୁ ନିସର୍ତ୍ତ ଜେଲ ରୁ ଖଲାସ କରିବା ସହ ମିଥ୍ୟା ମାମଲା ପ୍ରତ୍ୟାହାର ଦାବି କରିଛି I
 ଏହି ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟ ରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ ଙ୍କୁ ଦାବି ପ୍ରଦାନ କରାଯାଇନଥିଲା l ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ସଭାପତି କରୁଣା କର ବୁଡେକ ଙ୍କ ସହ ଉପସଭାପତି ଗୋରେଖନାଥ ବରିହା l ସଂପାଦକ ବିମଳ କୁମାର, ବାଗ, ଲଲିତ କୁମାର ମିଶ୍ର ,ଘନ ଭୋଇ, ମୂଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ , ଲାବଣ୍ୟ ପୁରୋହିତ, ଭୋଜରାଜ ଦୀପ ,ଶେଷ ଦେବ ସିଂ ନାୟକ,ଦୂର୍ଯ୍ୟୋଧନ ବର୍ଗେ ,ପ୍ରତ୍ୟୂଷ ରଞ୍ଜନ ଖମାରୀ, ଲଲିତ ମଲିକ, ପ୍ରମୁଖ ଉପସ୍ଥିତ ଥିଲେ l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !