ବଉଳ ଫୁଲର ୧୫ ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

 


ଯାଜପୁର(ବ୍ୟୁରୋ ରିପୋର୍ଟ) :- ଶିଶୁ ମାନଙ୍କ ଚିନ୍ତନ ଶକ୍ତି କୁ ପରିପ୍ରକାଶ କରିବା ପାଇଁ ଶିଶୁ ସାହିତ୍ୟିକ ମନେ ସେମାନଙ୍କ ପାଇଁ ବଳିଷ୍ଠ ଲେଖନୀ ଚାଳନା କରିବା ପାଇଁ ବରଣ୍ୟ ଅତିଥି ମାନେ ଆହ୍ୱାନ ଦେଇ ଥିଲେ ଶିଶୁ ମାନଙ୍କ ଭିତରେ ବହୁ ପ୍ରତିଭା ରହିଛି ସେହି ପ୍ରତିଭା କୁ ବିକଶିତ କରିବା ସେ ଭଳି ଲେଖା ପ୍ରକାଶ କଲେ ସେମାନଙ୍କ ଅସଜଡ଼ା ମନ କୁ ଠିକି ବାଟରେ ଆଣିବା ପାଇଁ ଶିଶୁ ସାହିତ୍ୟିକ ମନେ ଯତ୍ନ ସିଳ ହେବା କୁ ଅତିଥି ମନେ ପରାମର୍ଶ ଦେଇ ଥିଲେ l ଶିଶୁ ମାନ ବର୍ତ୍ତମାନ ଓ ଭବିଷ୍ୟତ ର ସମାଜ ପାଇଁ ମେରୁଦଣ୍ଡ ସଦୃଶ ତେଣୁ ଶିଶୁ ମାନଙ୍କ ଚିନ୍ତନ ଶକ୍ତ କୁ ଜାଗ୍ରତ କରିବା ଶିଶୁ ପତ୍ରିକା "ବଉଳ ଫୁଲ" ସାହିତ୍ୟ ଅପରିହାର୍ଯ୍ୟ ବଉଳ ଫୁଲ ସାହିତ୍ୟ ସଂସଦ ର ୧୫ତମ ସ୍ଵନକ୍ଷତ୍ର ଉତ୍ସବ ରେ ଅତିଥି ମାନେ ଆହ୍ୱାନ କରି ଥିଲେ l  


ଯାଜପୁର ଜ଼ିଲ୍ଲା ର ବ୍ୟାସନଗର ର ରୟାଲ କଳିଙ୍ଗ ମଣ୍ଡପରେ ୧୫ତମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇ ଥିଲା lଏହି ଉତ୍ସବ କୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲା ପାଳ ସନ୍ତୋଷ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଥିଲେ। ଶ୍ରୀ ମିଶ୍ର କହିଲେ ଶିଶୁ ପ୍ରତ୍ରିକା ବଉଳ ଫୁଲ ଶିଶୁ ମାନଙ୍କ ଚିନ୍ତନ ଶକ୍ତି ଜାଗ୍ରତ କରିବା ବିଭିନ୍ନ ଉପଦେୟ ଲେଖା ପ୍ରକାଶ କରି ଶିଶୁ ମାନଙ୍କ ପ୍ରିୟ ଭାଜନ ହୋଇ ପାରିଛି। ଏହି ପ୍ରତ୍ରିକା ର ଉତ୍ତୋରତ୍ତର ଉନ୍ନତି କାମନା କରି ଥିଲେ ମଧ୍ୟ।  ବଉଳ ଫୁଲ ର ମହକ ଭରା ବାସନା ଯେପରି ମନକୁ ଆନ୍ଦୋଳିତ କରି ଥାଏ ବଉଳ ଫୁଲ ପ୍ରତ୍ରିକା ଠିକି ସେହି ଭଳି ଶିଶୁ ମାନଙ୍କୁ ଟାଣି ନେଇଛି ବୋଲି ଉଦ୍ଘାଟକ ଶ୍ରୀ ମିଶ୍ର କହି ଥିଲେ l


 ଉତ୍ସବ ରେ ସଂସଦ ର ସଭାପତି ଡ଼ ଅକ୍ଷୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ  ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ବିଶିଷ୍ଟ ଗାଳ୍ପିକ ଓ ଶ୍ରମିକ ନେତା ଶ୍ରୀଯୁକ୍ତ ମାୟାଧର ନାୟକ, ଉଦଘାଟକ କଳିଙ୍ଗନଗର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ସଂମ୍ମାନିତ ଅତିଥି ଓଡ଼ିଆ ସିନେତାରେକା ଶ୍ରୀଯୁକ୍ତ ହରିହର ମହାପାତ୍ର, ସଂମ୍ମାନିତ ଅତିଥି ଡ଼ ଦୁଷ୍ମନ୍ତ କୁମାର ରାଉତ, ସଂମ୍ମାନିତ ଅତିଥି ଇଂ ଅଭୟ କୁମାର ସୁତାର, ବଉଳଫୁଲ ଶିଶୁ ପତ୍ରିକା ସମ୍ପାଦିକା ବ୍ରଜେଶ୍ବରୀ ସିଂହ ପ୍ରମୁଖ ଶିଶୁ ସାହିତ୍ୟ ସମ୍ପର୍କ ରେ ଅଭିମତ ରଖି ଥିଲେ। ସଂସଦ ର ସମ୍ପାଦିକା ଶ୍ରୀମତୀ ସିଂହ. ପତ୍ରିକା ର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇ thilewଉକ୍ତ କାର୍ଯ୍ୟକ୍ରମ ରେ ଚାରୋଟି ପତ୍ରିକା ଉନ୍ମୋଚନ କରାଗଲା -ଶିଶୁ ସାହିତ୍ୟ ପତ୍ରିକା ମହକଭରା (ବଉଳଫୁଲ) ଲେଖିକା ବ୍ରଜେଶ୍ଵରୀ ସିଂହ, କବିତା ସଂକଳନ (ଇଟିକିଲି ମିଟିକିଲି) ଲେଖିକା ଧିପ୍ରଭା ଦେବୀ, ପ୍ରବଦ୍ଧ ସଂକଳନ ଭାରତୀୟ ନାରୀ ଏବଂ ସାମାଜିକ ବ୍ୟବସ୍ଥା ଅଞ୍ଜୁବାଳା ଜେନା, କବିତା ସଂକଳନ (କୈବଲ୍ୟ )ଲେଖିକା ଅପର୍ଣ୍ଣl ଦାଶ ଙ୍କ ପତ୍ରିକା ଉନ୍ମୋଚନ କରା ଯାଇନଥିଲା l ବରିଷ୍ଠ ସାମ୍ବାଦିକ ଙ୍କ ସହିତ ବିଶିଷ୍ଟ ଶିଶୁ ସାହିତ୍ୟିକ ଙ୍କୁ ସଂମ୍ମାନିତ କରାଯାଇଥିଲା, ଯଥା -ତାବିଶ ତନୟା ମହାପାତ୍ର (ପ୍ରଥମ ସ୍ଥାନ )-ଅଭିଲିପ୍ସା ମହାପାତ୍ର (ଦ୍ୱତୀୟ ସ୍ଥାନ ), ହଂଶିକା ସାହୁ (ତୃତୀୟ ସ୍ଥାନ ), ଅଭିମନ୍ୟୁ ମିଶ୍ର ବରିଷ୍ଠ ସାମ୍ବାଦିକ( ଓ ଏନ ଏ ), ଚିନ୍ତାମଣୀ ପାଢ଼ୀ ବରିଷ୍ଠ ସାମ୍ବାଦିକ (ସମାଜ ), ଅପର୍ଣ୍ଣl ଦାସ (ସାହିତ୍ୟିକା ) ଅଧ୍ୟାପକ ଅକ୍ଷୟ ମହାନ୍ତି (ବିଶିଷ୍ଟ ସାହିତ୍ୟିକ ), ଡ଼ ରମେଶ ମହାନ୍ତି( ବିଶିଷ୍ଟ ସାହିତ୍ୟିକ ), -ଡ଼ ପ୍ରଶାନ୍ତ କୁମାର ନାୟକ (ଶିଶୁ ସାହିତ୍ୟିକ ), ଶଶିକାନ୍ତ ବେହେରା ଶିଶୁ ସାହିତ୍ୟିକ ମାନଙ୍କୁ ସଂମ୍ମାନିତ କରାଗଲା। କୁନି କୁନି ପିଲା ମାନେ ନୃତ୍ୟ ପରିବେଷଣ କରିଥିଲେ. ସଂସଦ ର ସହ ସଂପାଦକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !