ଇମ୍ଫାର ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣିକୁ କଳିଙ୍ଗ ନିରାପତ୍ତା ସମ୍ମାନ ପ୍ରଦାନ l

 ଯାଜପୁର (ସୁକିନ୍ଦା):- ଖଣି ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନିମନ୍ତେ ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ଦ୍ବୟକୁ ମର୍ଯ୍ୟାଦାଜନକ କଳିଙ୍ଗ ନିରାପତ୍ତା ସମ୍ମାନ ପ୍ରଦାନ କରାଯାଇଛି l ଓଡିଶା ରାଜ୍ୟ ସୁରକ୍ଷା ସମ୍ମିଳନୀ ୨୦୨୧ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଏକ ଉତ୍ସବରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
, ମୁଖ୍ୟ ଅତିଥି, ବାଂଲାଦେଶ ଉପ ଉଚ୍ଚ କମିଶନର ତୌଫିକ ହାସନ, ରାଜ୍ୟ ଶ୍ରମ ଆୟୁକ୍ତ ଏନ. ତିରୁମାଲା ନାୟକ ଓ ରାଜସ୍ବ ପର୍ଷଦ ପୂର୍ବତନ ସଦସ୍ୟ ଅଶୋକ ତ୍ରିପାଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ
 ସୁକିନ୍ଦା କ୍ରୋମାଇଟ ଖଣି ସହ ପରିଚାଳକ ସରୋଜ କୁମାର ମହାନ୍ତଙ୍କୁ ସ୍ଵର୍ଣ ଫଳକ ଓ ମହାଗିରି କ୍ରୋମାଇଟ ଖଣି ବରିଷ୍ଠ ପରିଚାଳକ ରାଜେଶ ରାମଧର ଶର୍ମାଙ୍କୁ ରୌପ୍ୟ ଫଳକ ପ୍ରଦାନକରି ସମ୍ମାନିତ କରିଥିଲେ l 
ଇମ୍ଫା ଖଣି ସମୂହ ସର୍ବଦା ଖଣି ସୁରକ୍ଷାକୁ ପ୍ରାଥମିକତା ଦେଇ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରି ମର୍ଯ୍ୟାଦାଜନକ ଏହି ପୁରଷ୍କାର ଲାଭ କରିବାରେ ସକ୍ଷମ ହୋଇପାରିଛି l
 (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !