ଥାର୍ଡ଼ ଆଇଆରବି ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ l

 
ଯାଜପୁର(ସୁକିନ୍ଦା ):- ସୁକିନ୍ଦାଗଡ଼ ନିକଟସ୍ଥ ରଙ୍ଗିଟାଙ୍ଗରଠାରେ ଅବସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିଅନ (ଆଇଆରବି)କଳିଙ୍ଗ ନଗର ପକ୍ଷରୁ କରୋନା ନିୟମ ଅନୁଯାୟୀ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ବାଟାଲିଅନ କମାଣ୍ଡାଣ୍ଟ କାନ୍ହୁ ଚରଣ ହାଁସଦା ପରେଡ ପଡିଆଠାରେ ଆୟୋଜିତ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ l କୋଭିଡ କଟକଣା ଯୋଗୁଁ ପରେଡରେ ୩ଟି ପ୍ଲାଟୁନ ଓ ଝଣ୍ଡା ବାହିନୀ ଅଂଶ ଗ୍ରହଣ କରିଥିଲେ l 
ସୁବେଦାର ଜ୍ଞାନରଞ୍ଜନ ରାଉତରାୟ ପରେଡ ପରିଚାଳନା କରିଥିବାବେଳେ ସୁବେଦାର ଜ୍ଞାନରଞ୍ଜନ ରାଉତ, ସୁବେଦାର ଶ୍ରୀଧର ସାହୁ ଓ ସୁବେଦାର ନହର କେରକେଟା ତାଙ୍କୁ ସହାୟତା କରିଥିଲେ l
 ଡେପୁଟି କମାଣ୍ଡାଣ୍ଟ କ୍ଷିତିଶ ଚନ୍ଦ୍ର ଖଟୁଆ ୧ନମ୍ବର ପ୍ଲାଟୁନର, ହାବିଲଦାର ମେଜର ବିବେକାନନ୍ଦ ଦାସ ୨ନମ୍ବର ପ୍ଲାଟୁନର, ଡେପୁଟି ସୁବେଦାର ଉମାକାନ୍ତ ସେଠୀ ୩ନମ୍ବର ପ୍ଲାଟୁନର ଓ ହାବିଲଦାର ମେଜର ବିଦ୍ୟାଧର ଧଳ ଝଣ୍ଡା ବାହିନୀର ନେତୃତ୍ୱ ନେଇଥିଲେ l
 ବ୍ୟାଣ୍ଡ ମେଜର ଶ୍ରୀକାନ୍ତ ସାମଲଙ୍କ ନେତୃତ୍ୱରେ ବ୍ୟାଣ୍ଡ ବାହିନୀ ବ୍ୟାଣ୍ଡ ବାଦ୍ୟର ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ l ଡେପୁଟି କମାଣ୍ଡାଣ୍ଟ ବସନ୍ତ କୁମାର ରାୟ, ସୋମନାଥ ସେଠୀ ଓ ମନୋଜ କୁମାର ଦାସ, ସହକାରୀ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡା ଓ ଏଲ. ଏକ୍କା ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !