କେନ୍ଦୁପତ୍ର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଡ଼ି.ଏଫ.ଓ ଙ୍କ ସହିତ କର୍ମଚାରୀ ସଂଘ କର୍ମକର୍ତ୍ତା ଙ୍କ ଆଲୋଚନା l


ପାଟଣାଗଡ଼(ବ୍ୟୁରୋ ରିପୋର୍ଟ) : - ପାଟଣାଗଡ କେନ୍ଦୁପତ୍ର ଡିଭିଜନ ରେ ନୂତନ ଭାବେ ଯୋଗଦେଇଥିବା ଡ଼ିଏଫଓ ସୁରେଶ ଚନ୍ଦ୍ର ସେଠି ଙ୍କ ସହିତ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘ ର ସୌଜନ୍ୟ ମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା l ବିଭାଗୀୟ ମୁନସୀ ଚପରାଶି ମାନଙ୍କ ତିନି ମାସର ଦରମା ପ୍ରଦାନ ,ବନ୍ଧେଇ ରଚେଇ କାର୍ଯ୍ୟରେ ନିୟୋଜିତ ଚେକର ମାନଙ୍କୁ ବନ୍ଧେଇ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ସହିତ ଅତିକମରେ ଦଶ ମାସର ଦରମା ପ୍ରଦାନ,ସର୍କଲ ଚେକର ମାନଙ୍କୁ ବାର ମାସର ଦରମା ପ୍ରଦାନ ବ୍ୟବସ୍ଥା, ସଂସ୍ଥା ରେ ଗୁଚ୍ଛା କଟା,ପତ୍ର ତୋଳା,ବନ୍ଧେଇଠୁ ଆରମ୍ଭ କରି କେନ୍ଦୁପତ୍ର ମାର୍କେଟିଙ୍ଗ ପର୍ଯ୍ୟନ୍ତ ବର୍ଷ ତମାମ କାର୍ଯ୍ୟରତ ଥିବା ହେଡ଼ ଚେକର ମାନଙ୍କ ଚାକିରୀ ସ୍ଥାୟୀ କରିବା,କେନ୍ଦୁପତ୍ର ତୋଳାଳୀ,ବନ୍ଧାଳୀ,କର୍ମଚାରୀ ଙ୍କ ବୋନସ ପ୍ରଦାନ, ମୃତ କେନ୍ଦୁ ପତ୍ର ତୋଳାଳୀ ବନ୍ଧାଳୀ ଶ୍ରମିକ ମାନ ଙ୍କ ଉତ୍ତରାଧିକାରୀ ଙ୍କୁ ବିମାରାଶି ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଗ୍ରାଚ୍ୟୁଇଟି,ଦରମା,ଭତ୍ତା ପ୍ରଦାନ, ମୃତ୍ୟୁ ବରଣ କରିଥିବା କର୍ମଚାରୀ ଙ୍କ ଉତ୍ତରାଧିକାରୀ ମାନଙ୍କୁ ନିଯୁକ୍ତି,ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ କରିବା,ସିନିଓରିଟି ଭିତ୍ତିରେ ପଦୋନ୍ନତି କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଥିଲା l ଆଲୋଚନା ରେ ସଂଘ ର ସଭାପତି ନିରଞ୍ଜନ ବିଶି,ଉପ ସଭାପତି ରଘୁମଣି ବାଗ, ସମ୍ପାଦକ ଲଳିତ ମଲ୍ଲିକ,ଯୁଗ୍ମ ସମ୍ପାଦକ ଭୀଷ୍ମ ମଲ୍ଲିକ୍, ସଂଗଠନ ସମ୍ପାଦକ ବାଲମକୁନ୍ଦ କୂଅଁର, କୋଷାଧ୍ୟକ୍ଷ ପାଣ୍ଡବ ଭୁଏ, ଏବଂ ଯଦୁମଣି ଭୋଇ,ତ୍ରିନାଥ ସାହୁ,ରଘୁନାଥ ମଲ୍ଲିକ,ପଞ୍ଚାନନ ଧରୁଆ,ମାଣିକ ଭୁଏ
ପ୍ରମୁଖ ଉପସ୍ଥିତ ଥିଲେ.ବିଭାଗୀୟ ନୀତିନିୟମ ଅନୁସାରେ ଶ୍ରମିକ କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ସେଠି ପ୍ରକାଶ କରିଥିଲେ ବୋଲି ସଂଘ ପାଖରୁ ସୂଚନା ଦିଆଯାଇଛି l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !