ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନବର୍ଷର ପ୍ରଥମ ସାହିତ୍ୟ ଆସର l


ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :-ରବିବାର ଦିନ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନ ବର୍ଷର ପ୍ରଥମ ସାହିତ୍ୟ ଆସରଟି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସାହିତ୍ୟ ଆସର ବାଙ୍ଗାଲୋର ସାହିତ୍ୟ ସମାଜର ଉଦ୍ୟୋକ୍ତା ତାପସ ରାଜ୍ ଏବଂ ବିଶ୍ୱଭାରତୀ ଗୋସ୍ୱାମୀଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା । ଏଥିରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା , ଶ୍ରୀମତୀ ଅନୁରୂପା ସିଂ ,ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ଓ ମାଲେସିଆରୁ ଯୋଡ଼ି ହୋଇଥିଲେ ଶ୍ରୀମତୀ ବୀଣାପାଣି ପ୍ରଧାନ । 
ଭକ୍ତି ସଂଗୀତ ପରିବେଷଣ ରୁ ଆରମ୍ଭ ହୋଇ ଥିବା ବେଳେ ଆଲୋଚନାର ବିଷୟ ବସ୍ତୁ "ସମୟ"କୁ ନେଇ ଏହି ଆସରଟି ଅନୁଷ୍ଠିତ ହୋଇଥିଲା । ଏହାକୁ ସଭାପତିତ୍ୱ କରିଥିଲେ ବିଶିଷ୍ଟ ବୈଜ୍ଞାନିକ ତଥା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପ୍ରାଣକର୍ତ୍ତା ତଥା ସଭାପତି କାର୍ତ୍ତିକ ସ୍ୱାଇଁ ।
 ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା "ଚଲାପଥ"ର ପ୍ରମୁଖ ଶ୍ରୀଯୁକ୍ତ ହଳଧର ଧିର ଯୋଗଦେଇଥିବା ବେଳେ ବିଶିଷ୍ଟ ଗାଳ୍ପିକା ପାରମିତା ଷଡଙ୍ଗୀ ସମୀକ୍ଷକ ଭାବେ ଯୋଗ ଦେଇ ପ୍ରତ୍ୟୋକଟି ଗଳ୍ପ ଓ କବିତା ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ବିଶ୍ୱଭାରତୀଙ୍କ ଜଣାଣରୁ ଆସରଟି ଆରମ୍ଭ ହୋଇଥିବା ବେଳେ କବି କାର୍ତ୍ତିକ ସ୍ୱାଇଁ,ପାରମିତା ଷଡଙ୍ଗୀ, ବାଲ୍ମୀକି ନାୟକ ,ପ୍ରଶାନ୍ତ କୁମାର ନାଥ,ବିଶ୍ୱରଞ୍ଜନ ଗୋସ୍ୱାମୀ,ସୁଜାତା ମହାପାତ୍ର,ଲୋପମୁଦ୍ରା ପରିଡା, ଗିରିଧାରୀ ଧଳ ଆଦି କବିତା ପାଠ କରିଥିବା ବେଳେ ଗାଳ୍ପିକା ସୁସ୍ମିତା ମହାପାତ୍ର,ସୁଷମା ପରିଜା,ବିଶ୍ୱଭାରତୀ ଗୋସ୍ୱାମୀ ଗଳ୍ପ ପାଠ କରିଥିବା ବେଳେ ତାପସ ରାଜ ଧନ୍ୟବାଦ ଅର୍ପଣ କରି ଆସରଟିର ସମାପନ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !