ଯାଜପୁର ଜିଲ୍ଲାର ବର୍ଷୀୟାନ ସାମ୍ବାଦିକ ସମ୍ମାନିତ।


ସୁକିନ୍ଦା /ଯାଜପୁର ( ବ୍ୟୁରୋ ରିପୋର୍ଟ ): - ଯାଜପୁର ଜିଲ୍ଲାର ବର୍ଷୀୟାନ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର 'ମନ୍ଥନ'ର କଳିଙ୍ଗନଗର ପ୍ରତିନିଧି ଜୟ ନାରାୟଣ ମହାପାତ୍ରଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ସୁକିନ୍ଦାର ଟିକିଟିକି ତାରାଫୁଲ ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଛି l ସୁକିନ୍ଦାର ସଂସାଇଲୋ ଗ୍ରାମ ନିବାସୀ ଶ୍ରୀ ମହାପାତ୍ର ୧୯୮୦ ମସିହା ଠାରୁ ସାମ୍ବାଦିକତା ଆରମ୍ଭ କରି ଅଦ୍ୟାବଧି କଲମ ଚାଳନା ଜାରି ରଖିଛନ୍ତି l 
ତାଙ୍କର ଏହି ନିରବଛିନ୍ନ ସାଧନାକୁ ସ୍ୱୀକୃତିଜଣାଇ ଟିକିଟିକି ତାରାଫୁଲ ଶିଶୁ ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ଉପଲକ୍ଷେ ଯାଜପୁର ରୋଡର ଉତ୍ସବ ପାଲେସ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାରସ୍ୱତ ସମାରୋହରେ ବିଶିଷ୍ଟ କବି ତଥା ପ୍ରଶାସକ ପ୍ରଦୀପ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନପତ୍ର ଓ ଉତ୍ତରୀୟ ପ୍ରଦାନକରି ତାଙ୍କୁ ସମ୍ମାନିତ କରିଥିଲେ l
 ବିଶିଷ୍ଟ ଶିଶୁ ସାହିତ୍ୟିକ ଶରତ କୁମାର ନାୟକ, ଯାଜପୁର ଜିଲା ଲେଖକ ସମ୍ମେଳନ ସଭାପତି ଡା. ରୁଦ୍ର ନାରାୟଣ ପୃଷ୍ଟି, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. କୁଶ ଚନ୍ଦ୍ର ପ୍ରଧାନ, ଓଡିଶା ଲେଖିକା ସଂଘ ଯାଜପୁର ଶାଖା ସଭାପତି ବିଦ୍ୟୁତଲତା ଦାସ, ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା କବୟିତ୍ରୀ ପ୍ରଭାତୀ ରାଉତ ପ୍ରମୁଖ ଏହି ସମ୍ବର୍ଦ୍ଧନା ସମାରୋହରେ ଉପସ୍ଥିତ ଥିଲେ l ଏହି ସମ୍ମାନ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିବାରୁ ସଂସଦର ସଭାପତି ପ୍ରାଧ୍ୟାପକ ଶରତ କୁମାର ନାୟକ ଓ ସମ୍ପାଦିକା ପ୍ରଭାତୀ ରାଉତଙ୍କୁ ଶ୍ରୀ ମହାପାତ୍ର ସାଧୁବାଦ ଜଣାଇଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !