ନିମ୍ନମାନର ଇଟା ରେ ନିର୍ମାଣ ଚାଲିଛି ବିଦ୍ୟାଳୟ ପାଚେରୀ, ଗ୍ରାମବାସୀଙ୍କ ବିରୋଧ l

ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର କଙ୍କଡ଼ାହାଡ଼ ବ୍ଳକ ଚାନ୍ଦିପୁର ପଞ୍ଚାୟତର, ଚାନ୍ଦିପୁର ଉପ୍ରା ବିଦ୍ୟାଳୟ ର କାର୍ଯ୍ୟକୁ ଚାନ୍ଦିପୁର ଗ୍ରାମପଞ୍ଚାୟତ ହାତକୁ ଦିଆଯାଇଛି I ଏହି ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ସରକାରୀ ଅନୁଦାନ ହିସାବରେ ୨,୬୦୭୫୨ ଟଙ୍କା ୨୦୨୧-୨୨ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l
 କିନ୍ତୁ ନିର୍ବାଚନ ଥିବାରୁ ଉକ୍ତ କାର୍ଯ୍ୟକୁ ତରବରିଆ ଭାବେ ନିମ୍ନମାନର ଇଟା ରେ ତିଆରି କରାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି l ନିର୍ବାଚନ ସମୟରେ ଏହାକୁ ତନଖି କରିବାକୁ କେହି ସରକାରୀ କର୍ମଚାରୀ ନ ଥିବାର ସୁଯୋଗ ନେଇ କାର୍ଯ୍ୟକୁ ତ୍ବରାନ୍ବିତ କରୁଥିବା ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତିବିଶେଷ ଏହାର ଫାଇଦା ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛି l ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ଯାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !