ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି l


 ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ପୌରପରିଷଦ ର ୧ ନମ୍ବର ୱାର୍ଡ ରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ବିଜ୍ଞାନ ମେଳା ର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଭାଗ ନେଇ ବିଭିନ୍ନ ପ୍ରକାର ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ କରାଇଥିଲେ। ପ୍ରାୟ ୩୦ ଟି ପ୍ରକଳ୍ପ ଏଥିରେ ସ୍ଥାନ ପାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ଭବାନୀ ଶଙ୍କର ମିଶ୍ର ଯୋଗ ଦେଇ ସମସ୍ତ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ। ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ତଥା ଏ ଅଞ୍ଚଳର ସ୍ବନାମଧନ୍ଯ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଶୁଭେନ୍ଦୁ ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା SMDC ମେମ୍ବର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର, ବିରଞ୍ଚି ନାରାୟଣ ମିଶ୍ର, ପରିଚାଳନା କମିଟି ସଭ୍ଯ ତଥା ସମାଜସେବୀ ମନୋଜ ମିଶ୍ର, ଅବସରପ୍ରାପ୍ତ ଏଲଆଇସି ଅଫିସର ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମଲ୍ଲିକ, ପରିଚାଳନା କମିଟି ସଭ୍ଯ ଶ୍ରୀଯୁକ୍ତ ଗୁରୁଚରଣ ପାତ୍ର, ବିଦ୍ୟାଳୟ ର ପୂର୍ବତନ ବିଜ୍ଞାନ ଶିକ୍ଷକ ଶ୍ରୀ ଅଖିଳ କୁମାର ସାହୁ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମିଶ୍ର ପ୍ରଭୃତି ଯୋଗଦେଇ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। 
ତାପରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସମସ୍ତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖି ପିଲାମାନଙ୍କୁ ବିଜ୍ଞାନ ପ୍ରତି ଅଧିକ ଆଗ୍ରହ ରଖିବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ପିଲା ଙ୍କ ମଧ୍ୟ ରେ ଥିବା ସୁପ୍ତ ଶକ୍ତି ଜାଗ୍ରତ ହେଲେ ସେମାନେ ଦିନେ ଗାଲିଲିଓ ଆଇନ୍ ଷ୍ଟାଇନ୍ ଭଳି ବୈଜ୍ଞାନିକ ହୋଇପାରିବେ ବୋଲି ମତପ୍ରକାଶ ପାଇଥିଲା। ବିଜ୍ଞାନ ଶିକ୍ଷୟିତ୍ରୀ ସରଳା ସାହୁ ବିଜ୍ଞାନ ଭିତ୍ତିକ ସ୍ବହସ୍ତ ଲିଖିତ କବିତା ଗାନ କରିଥିଲେ। ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଅଭିଭାବିକାତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟ କର୍ମକୁ ସଫଳ କରାଇଥିଲେ।
                      

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !