ଢେଙ୍କାନାଳ କପିଳାସ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) : - ଢେଙ୍କାନାଳ କପିଳାସ ପୀଠରେ ଜାଗର ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 
ଆଜି ପୂର୍ବାହ୍ନରେ କପିଳାସ ଫରେଷ୍ଟ ଡାକବଙ୍ଗଳା ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥବା ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବହାର ଜିଲ୍ଲାର ଶ୍ରଦ୍ଧାଳୁ ମାନଙ୍କୁ କପିଳାସ ପୀଠକୁ ଆସିବା ପାଇଁ ବାରଣ କରାଯାଇଛି। 
ସ୍ଥାନୀୟ ଯାତ୍ରୀ ମାନେ ପୀଠକୁ ଆସିଲେ ନିଜ ସହିତ ଆଧାର କାର୍ଡ ଆଣିବାକୁ ପରାମର୍ଶ ଦିଆଯାଇଛି। 
ସରକାରୀ କାର୍ଯ୍ୟ ଏବଂ ଯାତ୍ରାରେ ନିୟୋଜିତ ଜାନ ବାହାନ ବ୍ୟତୀତ ବିନା ଅନୁମତିରେ କୌଣସି ଜାନ ବାହାନ ପୀଠକୁ ଯାଇପାରିବ ନାହିଁ। ପୀଠର ବାରବାଙ୍କ ରାସ୍ତା ଓ ପାହାଚ ରାସ୍ତା ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା କରାଯିବ। 
ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠକୁ ପରିସ୍କାର ପରିଛନ୍ନ ରଖିବା ସହିତ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର ସମ୍ପୁର୍ଣ୍ଣ ନିଷେଧ କରାଯାଇଛି। କପିଳାସ ପୀଠ ପରିସରକୁ ବିଶୋଧନ କରାଯିବା ସହିତ ଆସୁ ଚିକିତ୍ସା କେନ୍ଦ୍ର ଖୋଲା ଯିବ। ଯାତ୍ରୀଙ୍କ ସୁବିଧା ପାଇଁ ୩ଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ଟୀକାକରଣ ନିମନ୍ତେ ଶିବିର ଖୋଲାଯିବ। ଯାତ୍ରୀଙ୍କ ସହଯୋଗ ନିମନ୍ତେ ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବେ। ଏ ବର୍ଷ ମହାପ୍ରଭୁଙ୍କ ନାଗାବରଣ ବେଶ ଅନୁଷ୍ଠିତ ହେବ। ଭୋର ୪ ଟା ରୁ ୪:୨୦ ମି. ମଧ୍ୟରେ ଉଠିବ ମହାଦୀପ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !