ଭାରତକୁ ସର୍ବଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଖିବାକୁ ଚାହିଁବା -ରାଜ୍ୟପାଳ


ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :-୨୬ ମାର୍ଚ୍ଚ-ଆମର ସଂସ୍କୁତିରେ ପ୍ରକୃତି ଓ ପରିବେଶକୁ ପୂଜା କରାଯାଏ । ପ୍ରକୃତି ଆମକୁ ବହୁତ କିଛି ଦେଇଛି । ତେଣୁ ଦେଶର ଆଗାମୀ ପୀଢି ଆମର ପ୍ରକୃତିକୁ ବୁଝିବାର ଆବଶ୍ୟକତା ରହିଛି । ଭାରତକୁ ସର୍ବଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଖିବାକୁ ଚାହିଁବା ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ଶନିବାର ଦିନ ହୋଟେଲେ ତାଜ୍ ବିଭାନ୍ତରେ ଅର୍ଗସ ନ୍ୟୁଜ ପକ୍ଷରୁ ଆୟୋଜିତ ଚଲୋ ଦେଖେଁ ଅପନା ଦେଶ ଟୁରିଜିମ୍ କନକ୍ଲେଭର ଉଦଯାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ, ପର୍ଯ୍ୟଟନ କ୍ଷେତ୍ରରେ ଏବେ ଦେଶ ବିକାଶ ଆଡକୁ ଗତି କରୁଛି ।ପ୍ରଧାନମନ୍ତ୍ରୀ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶର ରାଜସ୍ୱ କ୍ଷେତ୍ରରେ ପର୍ଯ୍ୟଟନ ବିଭାଗର ବିଶେଷ ଗୁରୁତ୍ୱ ରହିଛି । ମନ୍ଦିର ମାଳିନୀ ଓଡିଶାରେ ମଧ୍ୟ ବହୁ ପର୍ଯ୍ୟଟନ କ୍ଷେତ୍ର ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଆସ୍ଥାସ୍ଥଳୀ ରହିଛି । ପର୍ଯ୍ୟଟକ ମାନଙ୍କର ଚେତନାକୁ ଜାଗ୍ରତ କରିଥିବା ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ରହିଛି । ପର୍ଯ୍ୟଟନ ଗୁଡିକର ବିକାଶ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ଆମର ଐତିହ ପରମ୍ପରା ଉପରେ ଲୋକେ ଅଧିକ ଅବଗତ ହୋଇ ପାରିବେ । ସେଥିପାଇଁ ପର୍ଯ୍ୟଟନ ଶିଳ୍ପର ବିକାଶ ଆବଶ୍ୟକତା ରହିଛି ବୋଲି ରାଜ୍ୟ ପାଳ କହିଛନ୍ତି ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ଆମର ସଂସ୍କୁତି ବସୁଧୈବ କୁଟୁମ୍ବକମ୍ ଉପରେ ବିଶ୍ୱାସ କରେ । ଆତଙ୍କବାଦ ମୁକ୍ତ ସମାଜ ଉପରେ ବିଶ୍ୱାସ କରେ ସେଥିପାଇଁ ତ ବିଭିନ୍ନ ସମୟରେ ଭାରତବର୍ଷକୁ ଯିଏ ଆସିଛନ୍ତି ସେ ଭାରତବର୍ଷର ଗୁଣଗାନ କରିଛନ୍ତି । ଯଦି ସବୁଠାରୁ ଶ୍ରେଷ୍ଠ ପର୍ଯ୍ୟଟକ କାହାକୁ କୁହାଯିବ ସେଥିରେ ନାରଦ ହିଁ ପ୍ରଥମ ରହିବେ । ସେଥିପାଇଁ ଆତ୍ମନିର୍ଭର ଭାରତ ଓ ସ୍ୱର୍ଣ୍ଣିମ ଭାରତ ପାଇଁ ପର୍ଯ୍ୟଟନ କ୍ଷେତ୍ରର ବିଶେଷ ଗୁରୁତ୍ୱ ରହିଛି ।
ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅର୍ଗସ ନ୍ୟୁଜର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ଜେନା କହିଥିଲେ ଯେ, ଓଡିଶାରେ ଅମାପ ପର୍ଯ୍ୟଟନ ସମ୍ପଦ ଭରି ରହିଛି । ଓଡିଶାରେ ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି । ଯାହାର କି ଦେଶ ବିଦେଶରେ ଏକ ସ୍ୱତନ୍ତ୍ରତା ରହିଛି । ତେଣୁ ଏହି ସବୁ ଦୃଷ୍ଟିକୁ ଲକ୍ଷ୍ୟକଲେ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦେବା ସହ ଅଧିକରୁ ଅଧିକ ହୋଟେଲ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।
ଏହି ଅବସରରେ ଟୁରିଜିମ୍ ମନ୍ତ୍ରଣାଳୟର ( ଇଷ୍ଟର୍ଣ୍ଣ) ଡାଇରେକ୍ଟର ଡ.ସଗନିକ୍ ଚୌଧୁରୀ, କାଶ୍ମରୀ ଟୁରିଜିମ୍ ବିଭାଗର ଡେପୁଟି ଡାଇରେକ୍ଟର ଡ. ଆହାସନ କିସିଷ୍ଟ ପ୍ରମୁଖ ଯୋଗଦେଇ ନିଜ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ କଥା ଉପରେ ଆଲୋକପାତ କରିବା ସହ କେନ୍ଦ୍ର ସରକାର ପକ୍ଷରୁ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଓ ଆଗାମୀ ଦିନର ଆସୁଥିବା ପର୍ଯ୍ୟଟନ ନୀତି ଉପରେ ଆଲୋକପାତ କରିଥିଲେ । ସେହିପରି ହୋଟେଲ କ୍ରାଉନର ଡାଇରେକ୍ଟର ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର ହୋଟେଲ ଶିଳ୍ପର ବିକାଶ ଉପରେ ଆଲୋକପାତ କରିଥିବା ସହ କୋରନାରେ କେମିତି ପର୍ଯ୍ୟଟନ ଶିଳ୍ପ ବ୍ୟାହତ ହୋଇଛି ଏହା ଉପରେ ସୂଚନା ଦେଇଥିଲେ ।
ଅର୍ଗସ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଦୁଇଦିନିଆ କନକ୍ଲେଭରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ଟୁର ଅପରେଟର, ପର୍ଯ୍ୟଟନ ବିଶେଷଜ୍ଞ, ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଆଜି ଦିନ ତମାମ ପର୍ଯ୍ୟଟନ ଶିଳ୍ପର ବିକାଶ ଉପରେ ଆଲୋଚନା ହେବା ସହ କୋରନା ପାଇଁ କିପରି ଭାବେ ଦେଶର ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ଏହା ଉପରେ ଆଲୋଚନା ହୋଇଥିଲା ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଥମ ବ୍ରଡକାଷ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଅମିତ କାପୁର, ସିଇଓ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !