ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଅବ୍ୟବସ୍ଥା ନେଇ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ I

 ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ କୈାଣସି ପ୍ରକାର ସାଧାରଣ ସୁବିଧା ନଥିବାରୁ ଏଠାକୁ ନିର୍ଭର କରୁଥିବା ସମସ୍ତ ଢେଙ୍କାନାଳ ବାସୀ ଏବଂ ପଡୋଶୀ ଜିଲ୍ଲାବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 
ଦେଖିବାକୁ ଗଲେ ଢେଙ୍କାନାଳ ଜିଲ୍ଲା କେନ୍ଦ୍ର ଅକ୍ଷାଂକ୍ରା ଯୋଜନାରେ ସାମିଲ ହୋଇଛି ଏବଂ ଢେଙ୍କାନାଳ ମେଡିକାଲକୁ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଢେଙ୍କାନାଳ ର ଓକିଲ, ପୂର୍ବତନ ସିବିଆଇ ଜଜ , ପୂର୍ବତନ ଚିଫ୍ ଇଞ୍ଜିନିୟର, ସମାଜସେବୀ, ପୂର୍ବତନ ଡାକ୍ତର ଆସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । 
ଦେଖିବାକୁ ଗଲେ ଢେଙ୍କାନାଳ ଡାକ୍ତରଖାନା, ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରାୟ ସମସ୍ତ ଭିତିଭୂମି ଅଛି, ଏବେ ଦେଖିବାକୁ ବାକି ରହିଲା କେଉଁଦିନ ସର୍ବସାଧାରଣ ଙ୍କ ‌ଦାବି ପୂରଣ ହେଉଛି ବୋଲି କହିଛନ୍ତି ଚେୟାର ପ୍ରସନ୍ ଢେଙ୍କାନାଳ ମୁନିସିପାଲିଟି ସୁରେନ୍ଦ୍ର ମିଶ୍ର, ଡ ତୁଷାର କୁମାର ନାୟକ, ସମାଜସେବୀ ରୁଦ୍ର ପ୍ରକାଶ ସରଣ, ପୂର୍ବତନ ଚିଫ ଇଞ୍ଜିନିଅର ଏକେ ଶତପଥୀ, ପୂର୍ବତନ ସିବିଆଇ ଜଜ ବି ସି ରାଉତ ଓ ଓକିଲ ମନୋରଞ୍ଜନ ପଟ୍ଟନାୟକ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !