Posts

Showing posts from April, 2022

ପିଚାଶ ମାମୁଁ ର ନାରକୀୟ କାଣ୍ଡ, ଭାଣିଜୀ ଦେହରେ ଲଗାଇଲା ନିଆଁ l

Image
ବ୍ରହ୍ମପୁର (ବ୍ୟୁରୋ ରିପୋର୍ଟ )-ସ୍ଥାନୀୟ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବିଦ୍ୟାନଗର ଅଞ୍ଚଳରେ ସୋମବାର ସନ୍ଧ୍ୟା ରେ ଜୈନକ ବ୍ୟକ୍ତି ତାର ଭଉଣୀ ର ଝିଅ(ଭାଣିଜୀ) ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଘଟଣା ର ବିବରଣୀ ରୁ ଜଣା ପଡ଼ିଛି ଯେ,କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ର ସିପ୍ରାନ ଡିଗଲ ନାମକ ଜୈନକ ବ୍ୟକ୍ତି ନିଜର ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଜେଲ ରେ ଥିଲା,ଏବଂ କିଛିଦିନ ପୂର୍ବେ ଅନ୍ତରୀଣ ଜାମିନ ପାଇ ଜେଲ ରୁ ମୁକୁଳି ଥିଲା।ସୋମବାର ସନ୍ଧ୍ୟାରେ ସେ ,ବ୍ରମ୍ହପୁର ,ବୈଦ୍ୟନାଥ ପୁର ବିଦ୍ୟାନଗର ରେ ରହୁଥିବା ତାର ଭଉଣୀ ଘରକୁ ଆସିଥିଲା।ସେତେବେଳେ ସେ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ରହି ଭଉଣୀ ଘରେ ପାଟି ତୁଣ୍ଡ କରୁଥିଲା।ସେହି ସମୟରେ ଅଭିଯୁକ୍ତ ର ଭଉଣୀ ଘର ବାହାରେ ବସିଥିବା ବେଳେ ତାଙ୍କର ୧୩ବର୍ଷର ନାବାଳିକା କନ୍ୟା ଘର ଭିତରେ ଶୋଇ ଥିଲା।ସେହି ସମୟରେ ଘର ଭିତରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ମାମୁ ଘରେ ଥିବା କିରାସିନି କୁ ନେଇ ଶୋଇ ଥିବା ଭାଣିଜୀ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା।ଶିଶୁ ଟିର ଆର୍ତ୍ତ ଚିତ୍କାର ଶୁଣି ଘର ବାହାରେ ବସିଥିବା ଅଭିଯୁକ୍ତ ର ଭଉଣୀ ଓ ପଡିଶା ଲୋକେ ଦଉଡି ଆସି ଝିଅ ଟିକୁ ଉଦ୍ଧାର କରି ଏମକେସିଜି ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।ଝିଅ ଶରୀରର ପ୍ରାୟ ୭୦ଭାଗ ଜଳି ଯାଇଥିବା ଜଣା ପଡ଼ିଛି।ଖବର ପାଇ ବୈଦ୍ୟନାଥ ପୁର ଥାନା ପୋଲିସ ଘଟଣା ସ୍ଥଳରେ ପ

କରୋନା ବଢାଉଛି କେଉଁ ଭାରିଆଣ୍ଟ ? କ’ଣ କହିଲେ ବରିଷ୍ଠ ଚିକିତ୍ସକ ..

Image
ବ୍ୟୁରୋ ରିପୋର୍ଟ - ପୁଣି ଥରେ କରୋନା ସଂକ୍ରମଣକୁ ନେଇ ବିଶେଷଜ୍ଞଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବରିଷ୍ଠ ଚିକିତ୍ସକ ସମ୍ପଦ ଦାଶ ଓ ସିଦ୍ଧାର୍ଥ ଦାଶ କହିଛନ୍ତି ପୁରୁଣା ଓମିକ୍ରନ୍ ହିଁ ସଂକ୍ରମଣ ବଢାଉଛି । ବୁଷ୍ଟର ଡୋଜ୍ ନନେବା କାରଣରୁ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମୁଥିବା କହିଛନ୍ତି ବିଶେଷଜ୍ଞ ଡାକ୍ତର । ସେହିପରି ସଂକ୍ରମଣ ଯେଉଁ ହାରରେ ବଢୁଛି ତାହା କେବେ ସୁଦ୍ଧା ପିକ୍ ହେବ ତାହା କହିବା ମୁସ୍କିଲ । ମାସ୍କ, ସାମାଜିକ ଦୂରତା, ସାନିଟଜେସନ୍ ଭଳି ସଚେତନତା ମାନିବା ଜରୁରୀ ବୋଲି କହିଛନ୍ତି ବିଶେଷଜ୍ଞ । ସେପଟେ, ଆଜି ଦେଶରେ ୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ । ୨୪ ଘଂଟାରେ ୨ହଜାର ୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ । ଦିନକରେ ୩୦ଜଣଙ୍କ ଜୀବନ ଯାଇଛି । ଦେଶରେ ଏବେ ମୋଟ ସଂଖ୍ୟା ୧୬ ହଜାର ୫୨୨ରେ ସକ୍ରିୟ ସଂକ୍ରମିତ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସପ୍ତାହକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଇଛି । ଏପ୍ରିଲ ୧୮ ରୁ ୨୪ ଭିତରେ ଦେଶରେ ୧୫ ହଜାର ୭୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ ପୂର୍ବ ସପ୍ତାହରେ ସାରାଦେଶରୁ ୮ ହଜାର ୫୦ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକି ୯୫ ପ୍ରତିଶତ ଅଧିକ । ଲଗାତାର ଭାବେ ୧୧ ସପ୍ତାହ କମିବା ପରେ, ଏହା ହେଉଛି, ଦ୍ୱିତୀୟ ସପ୍ତାହ ଯେତେବେଳେ କି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା । ଦିଲ୍ଳୀ, ୟରିୟାଣା, ଓ ଉତ୍ତରପ୍ରଦେଶରେ ସଂକ୍

ସୁକିନ୍ଦା କାଳୀପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ l

Image
ଯାଜପୁର /ସୁକିନ୍ଦା (ବ୍ୟୁରୋ ରିପୋର୍ଟ ):- ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ସୁକିନ୍ଦାଗଡ଼ କାଳୀ ପୂଜା କମିଟି ପକ୍ଷରୁ ସୁକିନ୍ଦାର ଆରାଧ୍ୟ ଦେବୀ ମା ଖଣ୍ଡୁରାଈଙ୍କ ପୀଠ ନିକଟରେ ୧୪ ଓ ୧୫ ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l  ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ସ୍ୱାଧୀନ ଦାସ ଓ ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ଆଡ଼ଭୋକେଟ ବିବେକାନନ୍ଦ ବୋଷ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏଥିରେ ଯାଜପୁର ଜିଲା ତଥା ସୁକିନ୍ଦା ବ୍ଲକ ଅଞ୍ଚଳର ବହୁ ପ୍ରତିଭାବାନ କଳାକାର ଅଂଶ ଗ୍ରହଣ କରି ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ l କବୟିତ୍ରୀ ଲବଙ୍ଗଲତା ପରିଡା, ଶିକ୍ଷାବିତ ନାରାୟଣ ମହାପାତ୍ର ଓ ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ମନରଞ୍ଜନ ଦାସ ବିଚାରକ ଭାବେ ଯୋଗ ଦେଇଥିଲେ l କୃତୀତ୍ବ ଅର୍ଜନ କରିଥିବା କଳାକାର ମାନଙ୍କୁ କାଳୀପୂଜା କମିଟି ପକ୍ଷରୁ ପୁରସ୍କୃତ କରାଯାଇଥଲା l ଶେଷରେ କାଳୀପୂଜା କମିଟିର ସଭାପତି ସଞ୍ଜୟ କୁମାର ବେହୁରା ଅତିଥି, କଳାକାର ଓ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

ସୁକିନ୍ଦା ସାହିତ୍ୟ ସମାଜର ବିଷୁବ ମିଳନ ସମାରୋହ l

Image
ଯାଜପୁର (ସୁକିନ୍ଦା) :- ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ ସାରସ୍ୱତ ସମାରୋହ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ ୧୪ତାରିଖ (ଗୁରୁବାର)ଅନୁଷ୍ଠିତ ହୋଇଯାଇଛି l ଏହି ସାରସ୍ୱତ ସମାରୋହରେ ବ୍ୟଙ୍ଗ କବି ଜ୍ଞାନ ହୋତା ମୁଖ୍ୟ ଅତିଥି ଓ କବି ଜ୍ୟୋତି ନିରଞ୍ଜନ ପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ l ସାହିତ୍ୟ ସମାଜର ସଭାପତି ପ୍ରାଧ୍ୟାପକ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ରାଜ କିଶୋର ଆଚାରୀ ସ୍ୱାଗତ ଭାଷଣ ଓ ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l   ସାହିତ୍ୟ ସମାଜର ସମ୍ପାଦକ ହିମାଂଶୁ ଶେଖର ଦ୍ବିବେଦୀ ବିବରଣୀ ପ୍ରଦାନ କରିବା ସହ ଅସୁସ୍ଥତା ବଶତଃ ଉତ୍ସବରେ ଯୋଗ ଦେଇନପାରି ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ l ଏହି ଅବସରରେ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କୁ ସାହିତ୍ୟ ସମାଜ ପକ୍ଷରୁ ଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇ ବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା l କୋଷlଧ୍ୟକ୍ଷ ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉପଲକ୍ଷେ ପୂର୍ବାହ୍ନରେ ଲବଙ୍ଗଲତା ପରିଡା ଓ ଦୀପ୍ତି ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନିର୍ମଳ ଚନ୍ଦ୍ର ରାଉତ, ମାଧବାନ

ନୀଳଗିରି ରେ ସାମ୍ବାଦିକ ଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ର ପ୍ରତିବାଦ ରେ ଏସ୍ ପି ଙ୍କ ଜରିଆରେ ପୋଲିସ୍ ମହାନିର୍ଦ୍ଦେଶକ ଙ୍କୁ ଦାବୀପତ୍ର ପ୍ରଦାନ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ବାଲେଶ୍ଵର ଜିଲ୍ଲା ନୀଳଗିରିର ବରିଷ୍ଠ ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ସ୍ଥାନୀୟ ପୋଲିସ ମିଛ ଅଭିଯୋଗ ଆଣି ଆକ୍ରୋଶ ମୂଳକ ଭାବେ ଗିରଫ କରିବା ସହ ଦୀର୍ଘ ୧୨ ଘଣ୍ଟା ଧରି ଥାନାରେ ରଖି ନିର୍ଯ୍ୟାତନା ଦେବା ଏବଂ ଶ୍ରୀ ଦଳେଇ ଅସୁସ୍ଥ ହୋଇ ପଡିବା ପରେ ତାଙ୍କୁ ମେଡିକାଲରେ ଆଡ଼ମିଶନ କରି ତଳେ ଶୁଆଇ ଦୁର୍ଦାନ୍ତ ଅପରାଧୀ ଭଳି ଗୋଡ଼ରେ ବେଡ଼ି ପକାଇବା ଘଟଣା କୁ ଏସୟୁଜେ,ଓଡ଼ିଶା ତୀବ୍ର ନିନ୍ଦା କରିଛି।  ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଗଠନର ଆହ୍ୱାନ କ୍ରମେ ସମ୍ପୃକ୍ତ ଥାନାଧିକାରୀଣି ଙ୍କୁ ଚାକିରୀ ରୁ ବହିଃଷ୍କାର କରିବା, ଲୋକନାଥ ବିରୁଦ୍ଧରେ ରହିଥିବା କେଶ୍ କୁ ପ୍ରତ୍ୟାହାର କରି ନେବା ପ୍ରଭୃତି ଦାବି ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଯାଜପୁର  ଜିଲ୍ଲା ଏସପି ଙ୍କୁ ଏକ ଦାବିପତ୍ର ଶନିବାର ତା୦୯.୦୪.୨୦୨୨ରିଖ ଅପରାହ୍ନ ସମୟରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ୍ ଯାଜପୁର ଡିଷ୍ଟ୍ରିକ୍ଟ ର ସମସ୍ତ କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ l ଜିଲ୍ଲା ସାମ୍ବାଦିକ ସଂଘ, ଯାଜପୁର (ଜାଜ୍) ର ସଭାପତି ସୁବାଷ ଧଳ ଓ ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ ଙ୍କ ନେତୃତ୍ଵରେ ଏହି କର୍ଯ୍ୟକ୍ରମ ହୋଇଥିଲା l 

ଡିଭାଇଡରରେ ପିଟିହୋଇ ଓଲଟିଲା ବସ୍, ୧୦ ଶ୍ରମିକ ଆହତ ହୋଇଥିବା ସୂଚନା!

Image
ଭୁବନେଶ୍ଵର(ବ୍ୟୁରୋ ରିପୋର୍ଟ) ୦୮/୦୪ :- ଭୁବନେଶ୍ଵର ଜୟଦେବ ବିହାର ଓଭର ବ୍ରିଜ୍ ତଳେ ଦୁର୍ଘଟଣା। ଡିଭାଇଡରରେ ପିଟିହୋଇ ଓଲଟିଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ୩୦ ଜଣ ଶ୍ରମିକ। ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ବସ୍‌ଟି ୩୦ ଜଣ ଶ୍ରମିକଙ୍କୁ ନେଇ ନୟାପଲ୍ଲୀରୁ ପଟିଆ ଯାଉଥିଲା। ଏହି ସମୟରେ ଜୟଦେବ ବିହାର ଓଭର ବ୍ରିଜ୍ ତଳେ ଡିଭାଇଡର ସହ ପିଟି ହୋଇ ବସ୍‌ଟି ଓଲଟି ପଡ଼ିଛି। ଫଳରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତ ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଓଭୋରଲୋଡିଂ ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସାମ୍ବାଦିକଙ୍କୁ ମାଡ଼ ମାରିଲା ନୀଳଗିରି ପୁଲିସ, ଚିକିତ୍ସା ବେ‌ଳେ ଗୋଡ଼ରେ ପକାଇଲା ବେଡି I

Image
 ବାଲେଶ୍ବର(ବ୍ୟୁରୋ ରିପୋର୍ଟ) : - ସବୁ ସୀମା ଟପିଗଲା ବାଲେଶ୍ବର ଜିଲ୍ଲା ନୀଳଗିରି ପୁଲିସର ବର୍ବରତା। ପୁରୁଣା ରାଗ ଝାଡ଼ିବାକୁ ଯାଇ ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ଅମାନବୀୟ ଅତ୍ୟାଚାର କରିଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା, ଆନ୍ଦୋଳନ ପାଇଁ ସାମ୍ବାଦିକଙ୍କ ସଜବାଜ l ସୂଚନା ଅନୁସାରେ ନୀଳଗିରି ବଜାରରେ ଗାଡ଼ି ପିର୍କିଂକୁ ନେଇ ଲୋକନାଥ ଏବଂ ନୀଳଗିରି ଥାନାର ଜଣେ କନ୍‌ଷ୍ଟେବଲଙ୍କ ସହ ଗତ ୪ ତାରିଖ ଦିନ କଥା କଟାକଟି ହୋଇଥିଲା। ଲୋକନାଥ ନୀଳଗିରି ପୁଲିସର ମନମୁଖି କାମ ତଥା ଡ୍ରଗ୍‌ସ କାରବାର ନେଇ ଏକାଧିକ ଖବର ପ୍ରକାଶ କରିଥିବାରୁ ସେ ଟାର୍ଗେଟ୍‌ରେ ଥିଲେ। କନ୍‌ଷ୍ଟେବଲଙ୍କ ସହ ଯୁକ୍ତିତର୍କ ପରେ ନୀଳଗିରିି ପୁଲିସକୁ ପ୍ରତି‌େଶାଧ ନେବାର ସୁଯୋଗ ମିଳିଥିଲା। ଗତକାଲି ଲୋକନାଥଙ୍କ ନାମରେ ମିଛ ମାମଲା ରୁଜୁ ସହ ତାଙ୍କୁ ଗିରଫ କରାଯାଇଥିଲା। ଏମିତି କି ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଏପରି ସମୟରେ ଲୋକନାଥ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ପୁଲିସ ବାଧ୍ୟ ହୋଇ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ସେଠାରୁ ବାଲେଶ୍ବର ଡାକ୍ତରଖାନା ନେଇଥିଲା। ତେବେ ଡାକ୍ତରଖାନାରେ ବି ପୁଲିସ ବହପ ଦେଖାଇଥିଲା। ବେଡ୍‌ରେ ଚିକିତ୍ସିତ ହେଉଥିବା ଲୋକନାଥଙ୍କ ଗୋଡ଼ରେ ବେଡ଼ି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସେହି

WCCB ଓ ବନବିଭାଗ ପଞ୍ଝାରେ ବାଘ ଛାଲ ବେପାରୀ, ୭ ଗିରଫ I

Image
କରଞ୍ଜିଆ, (ବ୍ୟୁରୋ ରିପୋର୍ଟ ) : - WCCB (ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ସଂସ୍ଥା) ଓ ବନବିଭାଗ ପଞ୍ଝାରେ ବାଘ ଛାଲ ବେପାରୀ । ୭ ବାଘଛାଲ ବେପାରୀ ଗିରଫ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ କାରବାର ଚାଲିଥିବା ବେଳେ ମାଡି ବସିଲା WCCB ଓ ବନବିଭାଗ। ସୂଚନାନୁଯାୟୀ , କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲ ଆଣି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ବୁଧବାର ରାତିରେ ଡିଲ୍ ଚାଲିଥିଲା । ଏହି ସମୟରେ ଦୁଧିଆଣି ରେଞ୍ଜର ବନ କର୍ମଚାରୀ, କେନ୍ଦୁଝର ବନବିଭାଗ ଓ WCCB ମିଳିତ ଭାବେ ଚଢ଼ାଉ କରିଥିଲା । ଏହି ଚଢାଉରେ ୭ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଏହା ସହିତ ବାଘ ଛାଲ ଓ ଏକ ଅଲ୍ଟୋ କାର ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଦୁଧିଆଣି ରେଞ୍ଜ ଅଫିସକୁ ଆଣି ଅଧିକ ପଚରାଉଚୁରା କରୁଛି ବନବିଭାଗ । ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଯଶୀପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣା ପଡ଼ିଛି ।

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ I

Image
ଭଞ୍ଜନଗର (ବ୍ୟୁରୋ ରିପୋର୍ଟ ) :- ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭଞ୍ଜନଗର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଭଞ୍ଜନଗରସ୍ଥିତ ଅଫିସ, ଭଞ୍ଜନଗରସ୍ଥିତ ସରକାରୀ କ୍ୱାର୍ଟର, ଗଞ୍ଜାମ ଖଲ୍ଲିକୋଟ ଲଙ୍ଗଳେଶ୍ବରରେ ଥିବା ପୈତୃକ ଘର, ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଫ୍ଲାଟ୍ ଭୁବନେଶ୍ବର କସ୍ମୋପଲିସ ରେସିଡେନ୍ସିରେ ଥିବା ଫ୍ଲାଟ, ଖଣ୍ଡଗିରି ଜାଗମରାରେ ଥିବା ୩ ମହଲା ବିଲ୍ଡିଂରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନ୍ସ ରେଡ୍ କରାଯାଇଛି । ଚଢାଉରେ ୫ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି ମଦନ ମୋହନ ପଣ୍ଡା ଙ୍କ ପରଲୋକ l

Image
  ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଦାମୋଦର ପୁର ଗ୍ରାମ ର ବିଶିଷ୍ଟ ସମାଜ ସେବୀ ଧର୍ମ ପରାୟଣ ବ୍ୟକ୍ତି ମଦନ ମୋହନ ପଣ୍ଡା ଙ୍କ ର, ୯୫ବର୍ଷ ବୟସ ରେ ଗତ ୨୭ତାରିଖ ରେ ପର ଲୋକ ହୋଇ ଯାଇଛି l ପୁରୀ ସ୍ୱର୍ଗ ଦ୍ଵାର ଠାରେ ତାଙ୍କର ପାର୍ଥିବ ଶରୀର ଯାଥା ବିଧି ରୀତିରେ ସଂସ୍କାର କରା ଯାଇଛି l ତାଙ୍କର ତୃତୀୟ ପୁତ୍ର ରାଧାକାନ୍ତ ପଣ୍ଡା ମୁଖାଗ୍ନି ଦେଇ ଥିଲେ, ସ୍ୱର୍ଗ ଦ୍ଵାର ଠାରେ ସ୍ଵର୍ଗତ ପଣ୍ଡା ଙ୍କର ଆତ୍ମୀୟସ୍ବଜନ  ମାନେ ଉପସ୍ଥିତ ଥିଲେ l ସ୍ଵର୍ଗତ ପଣ୍ଡା ନିଜ ଅଞ୍ଚଳ ରେ ଦୀର୍ଘ ଦଶନ୍ଧି ଧରି ସମାଜ ସେବା କରି ସୁନାମ ଅର୍ଜନ କରି ଆସିଥିଲେ, ଗୋଟିଏ ସଂଭ୍ରାନ୍ତ ଜମିଦାର ପରିବାର ରେ ଜନ୍ମ ହୋଇ ମଧ୍ୟ ତତ୍କାଳୀନ ସମୟ ରେ ଜାତିଭେଦ ଓ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରି ଆସିଥିଲେ l ସମାଜ ସେବା କ୍ଷତ୍ର ରେ ସେ ବିଭିନ୍ନ ଗଠନମୂଳକ କାର୍ଯ୍ୟ ସହ ଅନେକ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସମସ୍ତ ଙ୍କୁ ପ୍ରେରଣା ଯୋଗାଇ ଆସୁଥିଲେ l ତାଙ୍କର ବିୟୋଗ ରେ ଯାଜପୁର ଅଞ୍ଚଳ ରେ ଶୋକର ଛାୟା ଖଳି ଯାଇଛି I