କରୋନା ବଢାଉଛି କେଉଁ ଭାରିଆଣ୍ଟ ? କ’ଣ କହିଲେ ବରିଷ୍ଠ ଚିକିତ୍ସକ ..

ବ୍ୟୁରୋ ରିପୋର୍ଟ - ପୁଣି ଥରେ କରୋନା ସଂକ୍ରମଣକୁ ନେଇ ବିଶେଷଜ୍ଞଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବରିଷ୍ଠ ଚିକିତ୍ସକ ସମ୍ପଦ ଦାଶ ଓ ସିଦ୍ଧାର୍ଥ ଦାଶ କହିଛନ୍ତି ପୁରୁଣା ଓମିକ୍ରନ୍ ହିଁ ସଂକ୍ରମଣ ବଢାଉଛି । ବୁଷ୍ଟର ଡୋଜ୍ ନନେବା କାରଣରୁ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମୁଥିବା କହିଛନ୍ତି ବିଶେଷଜ୍ଞ ଡାକ୍ତର । ସେହିପରି ସଂକ୍ରମଣ ଯେଉଁ ହାରରେ ବଢୁଛି ତାହା କେବେ ସୁଦ୍ଧା ପିକ୍ ହେବ ତାହା କହିବା ମୁସ୍କିଲ । ମାସ୍କ, ସାମାଜିକ ଦୂରତା, ସାନିଟଜେସନ୍ ଭଳି ସଚେତନତା ମାନିବା ଜରୁରୀ ବୋଲି କହିଛନ୍ତି ବିଶେଷଜ୍ଞ । ସେପଟେ, ଆଜି ଦେଶରେ ୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ । ୨୪ ଘଂଟାରେ ୨ହଜାର ୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ । ଦିନକରେ ୩୦ଜଣଙ୍କ ଜୀବନ ଯାଇଛି । ଦେଶରେ ଏବେ ମୋଟ ସଂଖ୍ୟା ୧୬ ହଜାର ୫୨୨ରେ ସକ୍ରିୟ ସଂକ୍ରମିତ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସପ୍ତାହକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଇଛି । ଏପ୍ରିଲ ୧୮ ରୁ ୨୪ ଭିତରେ ଦେଶରେ ୧୫ ହଜାର ୭୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ ପୂର୍ବ ସପ୍ତାହରେ ସାରାଦେଶରୁ ୮ ହଜାର ୫୦ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକି ୯୫ ପ୍ରତିଶତ ଅଧିକ ।
ଲଗାତାର ଭାବେ ୧୧ ସପ୍ତାହ କମିବା ପରେ, ଏହା ହେଉଛି, ଦ୍ୱିତୀୟ ସପ୍ତାହ ଯେତେବେଳେ କି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା । ଦିଲ୍ଳୀ, ୟରିୟାଣା, ଓ ଉତ୍ତରପ୍ରଦେଶରେ ସଂକ୍ରମଣ ସଂଖ୍ୟା ସବୁଠାରୁ ଅଧିକ ରହଛି । ଗତ ସପ୍ତାହରେ ଦିଲ୍ଲୀରୁ ୬ହଜାର ୩୨୬ , ହରିୟାଣାରୁ ୨ହଜାର ୨୯୬ ଓ ୟୁପିରୁ ୧ହଜାର ୨୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବ ସପ୍ତାହ ତୁଳନାରେ ଦୁଇ ଗୁଣ ଅଧିକ । କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ପଞ୍ଜାବରେ ସଂକ୍ରମଣ ଉପରମୁହାଁ ରହିଛି । ତେବେ ଓମିକ୍ରନର ନୂଆ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି, ନା ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ଦୀର୍ଘ ବ୍ୟବଧାନ ହୋଇଯିବାରୁ ଲୋକଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁଁ ସଂକ୍ରମଣ ଉପରମୁହାଁ ହେଉଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଆଶ୍ୱସ୍ତିର କଥା ହେଉଛି ସଂକ୍ରମଣ ଉପରମୁହାଁ ହୋଇଥିଲେ ବି ମୃତ୍ୟୁ ସଂଖ୍ୟା ସେହି ଅନୁପାତରେ ବୃଦ୍ଧି ପାଉନାହିଁ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !