ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ଲୋକେ ଆତଙ୍କୀତ--

(ବ୍ୟୁରୋ ରିପୋର୍ଟ) ୦୭।୦୫ : - ଝାଡଖଣ୍ଡର ଜାମସେଦପୁର ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟ ଭିତରେ ଜୋରଦାର ବିସ୍ଫୋରଣ ଘଟିଛି। ପ୍ଲାଣ୍ଟରେ ପ୍ରଥମେ ବିସ୍ଫୋରଣ ଘଟିଥିଲା, ପରେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପ୍ଲାଣ୍ଟରେ ଗ୍ୟାସ କଟିଂ ଏବଂ ୱେଲଡିଂ କରିବା ସମୟରେ ଗ୍ୟାସ ଲିକ୍ ଯୋଗୁଁ ଦୁର୍ଘଟଣା ଘଟିଥିଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ୍ କରି ଚିନ୍ତା ପ୍ରକଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ୍ କହିଛନ୍ତି, ଜାମସେଦପୁର ଟାଟା ଷ୍ଟିଲ ପ୍ଲାଣ୍ଟ ବିସ୍ଫୋରଣ ନେଇ ଖବର ମିଳିଛି। ଜିଲ୍ଲା ପ୍ରଶାସନର ଅଧିକାରୀ ଟାଟା ଷ୍ଟିଲର ଅଧିକାରୀଙକ ସହ ସମନ୍ୱୟ ରଖି ଆହତଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି।
ସୂଚନା ଅନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ତାର ଶବ୍ଦ ଅନେକ କିଲୋମିଟର ଯାଏଁ ଶୁଣାଯାଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇଥିଲେ। ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ରୂପେ ଆହତ ହୋଇଥିବା ସୂଚନା ମିଳିଛି। ପ୍ଲାଣ୍ଟର ବ୍ୟାଟ୍ରି ନମ୍ୱର ପାଞ୍ଚ, ଛଅ ଏବଂ ସାତ ମଧ୍ୟମରେ ଏବି ବିସ୍ଫୋରଣ ହୋଇଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !