ମଠ ମନ୍ଦିର ଜମି ର ସୁରକ୍ଷା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି!

ଯାଜପୁର: - କେବେହେବ ମଠ ସମ୍ପତ୍ତି ଉଦ୍ଧାର? ବହୁ ଚର୍ଚ୍ଚିତ ବ୍ୟାସନଗର ସହର ମୁଣ୍ଡମାଳ ଗ୍ରାମର କୋପଣ୍ଡ ମୌଜା ଆଞ୍ଚଳର ସ୍ବର୍ଗତ ନାଲୁ ଦାସ ଙ୍କ ନାମରେ ଥିବା ୧୬ ଏକର ମୂଲ୍ୟବାନ ଜମିର ସୁରକ୍ଷା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଚୁପ କାରଣ କଣ? ଯେତେ ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯିବା ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟ ଆରମ୍ଭ ହୋଇନାହିଁ l ସେଠାରେ ଏବେ ଜାଗା ବିକ୍ରି ପୁଣି ତା ସଙ୍ଗକୁ ଏବେ ୧୦ ଦିନ ହେବ କୋଠା ଘର ଓ ଚାଳ ଘରନିର୍ମାଣ କାର୍ଯ୍ୟ କାହା ଛତ୍ରଛାୟା ରେ ଆଗେଇ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ମୁଣ୍ଡମାଳ ସରସ୍ବତୀ ଶିଶୁମନ୍ଦିର ସାମ୍ନାରେ ଘର ତିଆରି ଚାଲିଛି ଓ ମୁଣ୍ଡମାଳ ହନୁମାନ ମନ୍ଦିର ରୁ ୩୦୦ ମିଟର ହେବ ଏକ ଚାଳଘର ତିଆରି ଚାଲିଛି l  ଏହି ମଠ ସମ୍ପତ୍ତିକୁ ଉଦ୍ଧାର କରା ନ ଗଲେ ଆଗକୁ ଅନେକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଶୁଣା ଯାଉଅଛି l ମଠ ମନ୍ଦିର ଜମିକୁ ସରକାର କାହିକିଁ ଅଣଦେଖା କରୁଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !