ଦାନଗଦି ବ୍ଲକ ବିଜେଡି ଦଳ ପକ୍ଷରୁ ଗ୍ରାମ ଉନ୍ନୟନ ବିକାଶ ମନ୍ତ୍ରୀ ଙ୍କୁ ଭବ୍ଯ ସମ୍ବର୍ଦ୍ଧନା l

ଯାଜପୁର :-ଜିଲ୍ଲା ର ଦାନଗଦି ବ୍ଳକ ର ବିଜେଡି ପକ୍ଷରୁ ଆଜି ମାନ୍ୟବର ଗ୍ରାମ ଉନ୍ନୟନ ବିକାଶ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇ ଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ ଏକ ଉତ୍ସବ ର ଆୟୋଜନ କରାଯାଇଥିଲା l ଦାନଗଦି ର ରୟାଲ୍ ତାଜ୍ ପ୍ୟାଲେସ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ମିଲିଟାରୀ ଛକ ଠାରୁ ମନ୍ତ୍ରୀ ଏବଂ ମୁଖ୍ୟ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା l ଏହି କର୍ଯ୍ୟକ୍ରମ ମାନ୍ୟବର ଗ୍ରାମ ଉନ୍ନୟନ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଘଡାଇ ସହ ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପଯ୍ୟବେକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ବଡ଼ଚଣା ଶ୍ରୀଯୁକ୍ତ ଅମର ଶତପଥୀ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମାନ୍ୟବର ବିଧାୟକ କୋରେଇ ଶ୍ରୀଯୁକ୍ତ ଅଶୋକ ବଳ, ମାନ୍ୟବର ବିଧାୟକ ବରୀ ଶ୍ରୀମତୀ ସୁନନ୍ଦା ଦାସ, ପୂର୍ବତନ ଯାଜପୁର ସାଂସଦ ଶ୍ରୀମତୀ ରୀତା ତରାଇ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ୟାସନଗର ମୁନିସିପାଲିଟି ଅଧ୍ୟକ୍ଷା, ଯାଜପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି, ଜିଲ୍ଲା ମହିଳା ସଭାପତି, ଜିଲ୍ଲା ଛାତ୍ର ସଭାପତି ଓ ଦାନଗଦି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚନା ଦାସ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଦାନଗଦି ବ୍ଲକ ବିଜେଡି ଦଳ କାର୍ଯ୍ୟକର୍ତ୍ତା ମାନେ l ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ବ୍ଳକ ର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସହିତ ମହିଳା ଓ ପୁରୁଷ କର୍ମୀମାନେ ଯୋଗଦେଇଥିଲେ I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !