ପେସା ସରକାରୀ ଚାକିରୀ, ନିଶା କବିତା ଲେଖିବା l

ବ୍ୟୁରୋ ରିପୋର୍ଟ :- ବାରଙ୍ଗ ର କୃଷ୍ଣଚନ୍ଦ୍ରପୁର ରେ ବାସ କରନ୍ତି କବି ଛବିରାମ ସେଠି, ପିତା ମଧୁସୂଦନ ସେଠି ଓ ମା ଇନ୍ଦୁ ସେଠି ଙ୍କ ସୁ ପୁତ୍ର ହେଲେ ଛବିରାମ ସେଠି।ପିଲାଟି ବେଳୁ ସାହିତ୍ୟ ଓ କଳା ପ୍ରତି ତାଙ୍କ ଦୁର୍ବଳତା ଥିଲା,ଗାଁ ସ୍କୁଲ ରେ ପାଠ ପଢା ପରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ କଲେଜ ପଢା ସାରି ସରକାରୀ ଚାକିରୀ ରେ ଯୋଗ ଦିଅନ୍ତି ଛବିରାମ ସେଠି I 
ସମୟ ବିତିବା ସହ ଅଫିସ କାର୍ଯ୍ୟ ସଂସାର ଜଞ୍ଜାଳ ଭିତରେ କେଉଁଠି ନା କେଉଁଠି ତାଙ୍କ କବିତା ପ୍ରତିଭା ତା ଚାପି ହୋଇ ରହିଯାଇଥିଲା, ହେଲେ ସମୟ ର କ୍ରମରେ ଗତ ତାଲାବନ୍ଦ ସମୟ ରେ ନିଜକୁ ଯଥେଷ୍ଟ ସମୟ ଦେବା ସହ କବିତା ଲେଖା ଜାରି ରଖିଲେ,ବନ୍ଧୁ ମେଳ ହଉ କିମ୍ବା ଅଫିସ ସବୁଠି ତାଙ୍କ କବିତା ର ପ୍ରଶଂସା ଶୁଣିବାକୁ ମିଳେ।ବିଭିନ୍ନ ପତ୍ର ପତ୍ରିକା ରେ ତାଙ୍କ କବିତା ପ୍ରକାଶିତ ଓ ସେ ବିଭିନ୍ନ ସାହିତ୍ୟ ପରିବାର ତରଫ ରୁ ସଂମ୍ମାନୀତ ହୋଇ ସାରିଛନ୍ତି।ଜୀବନ ର ଶେଷ କାଳ ପର୍ଯ୍ୟନ୍ତ ତାଙ୍କ କଲମ ମୁନ ରୁ କବିତା ଝରୁଥିବା ବୋଲି କହନ୍ତି କବି ଛବିରାମ ସେଠି। କବି ଛବିରାମ ସେଠି ଙ୍କୁ କବିଶ୍ରୀ ସଂମାନ ରେ ସମ୍ମାନିତ। କଟକ ବାରଙ୍ଗ ବାସୀ ଛବିରାମ ସେଠି ନିଜ କବିତା ଲେଖା ଯାଦୁ ପାଇଁ ସାରା ସହର ରେ ପରିଚିତ ଓ ଲୋକ ପ୍ରିୟ ତାଙ୍କ ଲିଖିତ କବିତା କାଳିଆ ତୋ ସରଣେ କବିତା ପାଇଁ ଶ୍ରୀ ଜଗନ୍ନାଥ ସାହିତ୍ୟ ସମାଜ ତରଫ ରୁ ତାଙ୍କୁ ୧୭.୭.୨୨ ଦିନ କଟକ ଖପୁରିୟା ସ୍ଥିତ ଓସମେ ହଲ ରେ ତାଙ୍କୁ କବି ଶ୍ରୀ ସଂମାନ ରେ ସଂମ୍ମାନୀତ କରାଯାଇଛି।ଯେଉଁ କାର୍ଯ୍ୟକ୍ରମ ରେ ରାଜ୍ୟ ର ବିଶିଷ୍ଟ କବି ମାନେ ଯୋଗ ଦେଇ ଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !