ଯାଜପୁର ରୋଡ଼ ପୋଲିସର ବଡ଼ ସଫଳତା ୨ ଚୋର ଗିରଫ ଓ ୨ ଗାଡି ଉଦ୍ଧାର I

 
ଯାଜପୁର (ବ୍ୟୁରୋ ରିପୋର୍ଟ) :-ଜିଲ୍ଳା ର ବ୍ୟାସନଗର (ଯାଜପୁର ରୋଡ) ରୁ ଗୋଟିଏ ଦିନରେ ଗୋଟିଏ କାର ଓ ଗୋଟିଏ ବାଇକ ଚୋରି ଘଟଣାରେ ଦୁଇ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ରୋଡ଼ ଥାନା ପୋଲିସ l କାର ଓ ବାଇକକୁ କଟକ ଅଞ୍ଚଳରୁ ଉଦ୍ଧାର କରିଛି ଯାଜପୁର ରୋଡ଼ ପୋଲିସ I ସୂଚନା ମୁତାବକ ଗତ ମାସ ୨୪ ତାରିଖରେ ହୋଟେଲ ମୀରାବିଲ ର ମ୍ୟାନେଜର ଜେତେନ୍ଦ୍ର କୁମାର ପଣ୍ଡା ନିଜ ଇଣ୍ଡିଗୋ କାର ଗାଡି ନଂ OD 02P -7324 କୁ ହୋଟେଲ ସମ୍ମୁଖରେ ରଖି ହୋଟେଲ ଭିତରକୁ ଯାଇଥିଲେ, କିଛି ସମୟ ପରେ ଆସି ଦେଖିଥିଲେ ତାଙ୍କ କାର ଉକ୍ତ ସ୍ଥାନରେ ନଥିଲା ଏବଂ କୌଣସି ଦୁର୍ବୁର୍ତ୍ତ ଚୋରି କରିନେଇଥିବା ଜାଣିବାକୁ ପାଇଥିଲେ l ଏନେଇ ଶ୍ରୀ ପଣ୍ଡା ଯାଜପୁର ରୋଡ ଥାନାରେ ଏକ ଏତଲା କରିଥିଲେ l ଠିକ ସେହି ଦିନ ଯାଜପୁର ରୋଡ଼ ଦଳା ଶିବମନ୍ଦିର ସାମ୍ନାରୁ ମାନସ ବଳଙ୍କ ହୋଣ୍ଡା ବାଇକ ନଂ OR 05 AS 9562 ଚୋରି ହୋଇଥିଲା ଏବଂ ଶ୍ରୀ ବଳ ମଧ୍ୟ ଏକ ଏତଲା ଯାଜପୁରରୋଡ଼ ଥାନାରେ କରିଥିଲେ l ଉଭୟ ଏତଲାକୁ ଭିତିକରି କେସ ନମ୍ବର ୩୯୦/୨୨ ଓ ୩୯୧/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଯାଜପୁର ରୋଡ଼ ପୋଲିସ l ଏକା ଦିନରେ ସହର ମଧ୍ୟରେ ଦୁଇ ଦୁଇଟି ଚୋରୀ ପୋଲିସ୍ ଆଖିରୁ ନିଦ ହଜାଇ ଦେଇଥିଲା l ପୋଲିସ୍ ପାଇଁ ଏହା ବଡ଼ ଚାଲେଞ୍ଜ ହୋଇଥିବବେଳେ ଗତକାଲି କୌଣସି ସୂତ୍ରରୁ ଖବର ପାଇ ଯାଜପୁରରୋଡ଼ ପୋଲିସ କଟକ ଜିଲ୍ଲାର କଲ୍ୟାଣୀ ନଗରରୁ ୨ ଅଭିଯୁକ୍ତ କୁ ଗିରଫ କରିବାରେ ସକ୍ଷମ ହୋଇଛି l ଦୁଇ ଅଭିଯୁକ୍ତ ହେଲେ ଅଜୟ କୁମାର ନାୟକଙ୍କ ପୁଅ ଭୋଳାନାଥ ନାୟକ ଓ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ପୁଅ ସୂର୍ଯ୍ୟପ୍ରକାଶ ମହାନ୍ତି l ପୋଲିସ୍ ଚୋରୀ ହୋଇଥିବା ଦୁଇଟି ଗାଡିକୁ ଉଦ୍ଧାର ମଧ୍ୟ କରିଛି l ତେବେ ଆଜି ୨ ଅଭିଯୁକ୍ତଙ୍କୁ କୋଭିଡ ଟେଷ୍ଟ କରିବାପରେ କେସ ନଂ 390, 3091 ଆଇପିସି ଧାରା 379/22 ରେକୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ l


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !