ଦାନଗଦୀ ରେ ଅହିଁସା ରଥ କୁ ସ୍ଵାଗତ ସମ୍ବର୍ଦ୍ଧନା l

ଯାଜପୁର (ଦାନଗଦୀ) :- ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ବାଧୀନତାର ବାର୍ତ୍ତା ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ , ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ଅନୁପ୍ରେରିତ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ପକ୍ଷରୁ ୧୫ ଅଗଷ୍ଟ ରୁ ରାଜ୍ୟ ପରିକ୍ରମା କରୁଥିବା ୨ ଗୋଟି ଅହିଂସା ରଥ ସେପ୍ଟେମ୍ବର ୨୦ ତାରିଖ ଠାରୁ ସେପ୍ଟମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ପରିକ୍ରମା କରିବ l ଏହି ରଥ ୧୦ଗୋଟି ବ୍ଲକ ଓ ୨ ଗୋଟି ପୌରାଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆ ଯାଇଥିବା ରୁଟ ଚାର୍ଟ ଅନୁଯାୟୀ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି l
ଏହି କର୍ଯ୍ୟକ୍ରମ ଆଧାରରେ ଆଜି ଜିଲ୍ଲା ର ଦାନଗଦୀ ବ୍ଳକ ରେ ଅପରାହ୍ନ ୪ ଘଟିକା ସମୟରେ ଅହିଁସା ରଥ ପହଁଞ୍ଚିବା ପରେ ଦାନଗଦୀ ବ୍ଲକ ବିଡିଓଙ୍କ ସମେତେ କର୍ମଚାରୀ ମାନେ ଓ ଦାନଗଦୀ ତହସିଲଦାର, ଯାଜପୁର ରୋଡ଼ ତହସିଲଦାର ଏବଂ ଦାନଗଦୀ ବ୍ଲକ ଉପାଧ୍ୟକ୍ଷା, ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଓ ଅଙ୍ଗନବାଡି, ସ୍ବୟଂସହାୟତା ଗୋଷ୍ଠୀ ର ସଦସ୍ୟ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !